ଶ୍ରୀମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ପୁରୀ : ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଅଘଟଣ। ମନ୍ଦିର ବେଢାରେ ଅଣନିଶ୍ଵାସୀ ହୋଇ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଅସୁସ୍ଥ ହୋଇଛନ୍ତି। ମୃତକ ରାଜସ୍ଥାନର ଅମ୍ବାଲାଲ ଭୋଇ ବୋଲି ଜଣାଯାଇଛି।

ଖବର ଅନୁଯାୟୀ ରବିବାର ସ୍ନାନଯାତ୍ରା। ମହାପ୍ରଭୁଙ୍କ ହାତୀ ବେଶ ଦର୍ଶନପାଇଁ ଶ୍ରୀମନ୍ଦିର ଓ ବଡ ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ। ଅସହ୍ୟ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ। ପୂର୍ବାହ୍ନରେ ଜଗନ୍ନାଥଙ୍କ ଦର୍ଶନ ଲାଗି ଆସିଥିବା ଅମ୍ବାଲାଲ ନାମକ ଶ୍ରଦ୍ଧାଳୁ ସ୍ନାନମଣ୍ଡପ ନିକଟରେ ଟଳି ପଡିଥିଲେ। ତାଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଅସୁସ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button