ଆୟକର ରିଟର୍ଣ୍ଣସ ଅବଧି ଡିସେମ୍ବର ୩୧ ଯାଏ ବଢ଼ିଲା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି ଆୟକର ରିଟର୍ଣ୍ଣସ ଦାଖଲ କରିବାର ସମୟସୀମାକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କିନ୍ତୁ ଚଳିତ ବର୍ଷ ମେ’ ମାସରେ କେନ୍ଦ୍ର ସରକାର ଟିକସ ଦାଖଲ ଅବଧିକୁ ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି କରିଥିଲେ। କରୋନାକୁ ଦୃଷ୍ଟିରେ ରଖି ଏପରି କରାଯାଇଥିବା କୁହାଯାଉଛି।

ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି କରଦାତା ଓ ବିଭିନ୍ନ ଅଂଶୀଦାରଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଆୟକର ରିଟର୍ଣ୍ଣସ ଦାଖଲ କରିବାର ସମୟ ସମୀକୁ ସିବିଡିସି ଡିସେମ୍ବର ୩୧ ଯାଏ ବୃଦ୍ଧି କରିଛି। ଏହି ସମୟସୀମା ମଧ୍ୟରେ ଟିକସ ଦାତା ଓ କମ୍ପାନୀମାନେ ସେମାନଙ୍କର ଆୟକର ରିଟର୍ଣ୍ଣ ଫାଇଲ କରିପାରିବେ।

Leave a Reply

Your email address will not be published. Required fields are marked *

Back to top button