ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ୩ ରାଶିର ଭାଗ୍ୟ ବଦଳାଇବ

ଗ୍ରହାଧିପତି ସୂର୍ଯ୍ୟ ଆସନ୍ତା ଅକ୍ଟୋବର ୧୮ ତାରିଖରେ ତୁଳା ରାଶିକୁ ଚଳନ କରିବେ। କୁହାଯାଇଛି କୌଣସି ଗ୍ରହ ରାଶିର ନୀଚ ସ୍ଥାନକୁ ଚଳନ କଲେ ସେମାନଙ୍କର ଶୁଭ ପ୍ରଭାବ ହ୍ରାସ ହୋଇଥାଏ। ତେଣୁ ରାଶି ଗୁଡିକ ଉପରେ ଭଲ ଓ ଖରାପ ପ୍ରଭାବ ରହିବ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟ ପ୍ରତି ମାସରେ ରାଶି ପରିବର୍ତ୍ତନ କରନ୍ତି। ତୁଳା ରାଶିକୁ ଗୋଚର କରି ସୂର୍ଯ୍ୟ ନୀଚ ସ୍ଥାନକୁ ଚଳନ କରିବେ। ସୂର୍ଯ୍ୟ ମାନ, ସମ୍ମାନ, ପରାକ୍ରମ ଓ ଯଶର କାରକ। ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତ୍ତନ କିଛି ରାଶିଙ୍କ ଉପରେ କୁପ୍ରଭାବ ପକାଇବ। ଯେଉଁ ବ୍ୟକ୍ତିର ଜାତକରେ ସୂର୍ଯ୍ୟ ଉଚ୍ଚ ସ୍ଥାନରେ ରହିଥାଆନ୍ତି। ସେହି ବ୍ୟକ୍ତିଙ୍କୁ ମାନ, ସମ୍ମାନ ଓ ଉଚ୍ଚ ପଦବୀ ପ୍ରାପ୍ତି ହୋଇଥାଏ। ସୂର୍ଯ୍ୟଙ୍କର ଏହି ଚଳନ ୩ ରାଶି ପାଇଁ ଲାଭଦାୟକ ହେବ।

ମେଷ – ତୁଳା ରାଶିକୁ ସୂର୍ଯ୍ୟଙ୍କ ଚଳନ ରାଶିଚକ୍ରର ସମସ୍ତ ରାଶିଙ୍କୁ ପ୍ରଭାବିତ କରିବାକୁ ଥିବାବେଳେ ମେଷ ରାଶି ପାଇଁ ଏହା ଶୁଭଫଳ ଆଣିବ। ବ୍ୟବସାୟରେ ବିପୁଳ ଲାଭ ଓ ଚାକିରିରେ ପଦୋନ୍ନତି ଯୋଗ ରହିଛି। ପରିବାରର ଆର୍ଥିକ ସ୍ଥିତି ଭଲ ରହିବ। ଗୁରୁଜନଙ୍କଠାରୁ ଆର୍ଥିକ ଲାଭ ପାଇପାରନ୍ତି। ବୈବାହିକ ଜୀବନରେ ମଧୁରତା ଆସିବ। କୋର୍ଟ କଚେରୀ ମାମଲାରେ ମିଳିବ ସଫଳତା।

କର୍କଟ – ଏହି ରାଶିର ବ୍ୟକ୍ତି ବଶେଷଙ୍କ ପାଇଁ ଶୁଭ ରହିବ। ଚାକିରି ଓ ବ୍ୟବସାୟରେ ଅଭିବୃଦ୍ଧି। ପାରିବାରିକ ସମ୍ପର୍କ ମଧୁର ହେବ। ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଶୁଭ ଓ ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିବ। ଆର୍ଥିକ ଲାଭର ଯୋଗ ରହିଥିବା ବେଳେ କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କଠାରୁ ସମର୍ଥନ ପାଇବେ।

ବିଛା – ଚାକିରି ଓ ବ୍ୟବସାୟରେ ଅଗ୍ରଗତି ସହିତ ଦୀର୍ଘଦିନରୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ।ଅନ୍ୟାନ୍ୟ ଉତ୍ସରୁ ଆର୍ଥିକ ଲାଭର ସମ୍ଭାବନା ରହିଛି। ସ୍ଵାସ୍ଥ୍ୟ ଭଲ ରହିବ। ସନ୍ତାନ ମାନଙ୍କଠାରୁ ଶୁଭ ସଂବାଦ ପାଇବେ। ଜୀବନସାଥୀଙ୍କ ସହ ବିବାଦର ସମାଧାନ ଓ ପରିବାର ସଦସ୍ୟଙ୍କ ସହ ସମ୍ପର୍କ ମଜଭୁତ ହେବ।

Leave a Reply

Your email address will not be published. Required fields are marked *

Back to top button