ନିର୍ମାଣାଧୀନ ବିଦ୍ୟୁତ୍ ଟାୱାର ଭାଙ୍ଗି ୫ ଆହତ

ଝାରସୁଗୁଡା : ଲଖନପୁର ବ୍ଲକର ସୁଲପାଲି-ପିପିଲିକାନୀ ମଧ୍ୟରେ ନିର୍ମାଣାଧୀନ ବିଦ୍ୟୁତ ଟାୱାର ଭାଙ୍ଗି ଯିବାରୁ ୫ ଜଣ ଶ୍ରମିକ ଆହତ ହୋଇଛନ୍ତି।

ଖବର ଅନୁଯାୟୀ ଶୁକ୍ରବାର ଅପରାହ୍ନରେ ଏହି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ଟାୱାର କାମ ଚାଲିଥିବା ବେଳେ ଦୁର୍ଘଟଣା ଘଟିଥିଲା। ଟାୱାରଟି ଭାଙ୍ଗି କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଉପରେ ପଡ଼ିବାରୁ ୫ ଜଣ ଆହତ ହୋଇଥିଲେ। ସେମାନଙ୍କୁ ବେଲପାହାଡ଼ ସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button