ରେଭ ପାର୍ଟି ଓ ଡ୍ରଗ୍ସ ମାମଲାରେ ଶାହରୁଖଙ୍କ ପୁଅ ଆର୍ଯ୍ୟନ୍‌ ଗିରଫ

ମୁମ୍ବାଇ : ମୁମ୍ବାଇରୁ ଗୋଆ ଯାଉଥିବା ଜାହାଜ ‘କ୍ରୁଜ’ରେ ରେଭ୍ ପାର୍ଟି ଓ ସେଠାରୁ ଜବତ ଡ୍ରଗ୍ସ ମାମଲା‌ରେ ଅଟକ ଥିବା ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ ଗିରଫ ହୋଇଛନ୍ତି। ଏଥିସହ ତାଙ୍କ ବନ୍ଧୁ ଅରବାଜ୍ ମର୍ଚ୍ଚାଣ୍ଟ, ମୁନମୁନ୍ ଧେମେକା, ନୂପୁର ସାରିକା, ଇସମିତ୍ ସିଂ, ମୋହକ ଜସୱାଲ୍, ବିକ୍ରାନ୍ତ ଚ୍ଛୋକର ଓ ଗୋମିତ୍ ଚୋପ୍ରାଙ୍କୁ ମଧ୍ୟ ଗିରଫ କରାଯାଇଛି। ପରେ ଆର୍ଯ୍ୟନଙ୍କୁ ଦିନିକିଆ ରିମାଣ୍ଡରେ ନେଇଛି ଏନସିବି। 

ନାକ୍ରୋଟିକ୍‌ କଣ୍ଟ୍ରୋଲ୍‌ ବ୍ୟୁରୋ (ଏନ୍‌ସିବି) ଆର୍ଯ୍ୟନ୍‌ ଓ ତାଙ୍କ ବନ୍ଧୁମାନଙ୍କୁ ଦୀର୍ଘ ସମୟ ପଚରାଉଚରା କରିବା ପରେ ଗିରଫ କରିଛି। ଏହା ପୂର୍ବରୁ ଏନସିବି ମୁଖ୍ୟ ତଥା ଓଡ଼ିଆ ଅଧିକାରୀ ସତ୍ୟନାରାୟଣ ପ୍ରଧାନ କହିଥିଲେ ଯିଏ ବି ହୁଅନ୍ତୁ, ଯେତେବଡ଼ ବ୍ୟକ୍ତି ହୁଅନ୍ତୁ, ଆଇନ ତା’ବାଟରେ ଯିବ, କାହାକୁ ଛଡ଼ାଯିବନି। ସମସ୍ତେ ତଦନ୍ତ ପରିସରଭୁକ୍ତ ହେବେ। କାରଣ ଆମର ଲକ୍ଷ୍ୟ ଡ୍ରଗ୍ସମୁକ୍ତ ଭାରତ।

ଖବର ଅନୁଯାୟୀ ରବିବାର ଏନ୍‌ସିବି ସୁପର୍‌ଷ୍ଟାର୍‌ ଶାହାରୁଖ୍‌ ଖାନଙ୍କ ପୁଅ ଆର୍ଯ୍ୟନ୍‌ଙ୍କୁ କର୍ଡେଲିଆ କ୍ରୁଜ୍‌ ଏମ୍ପ୍ରେସ୍‌ ଜାହଜରେ ଡ୍ରଗ୍ସ ଜବତ ମାମଲାରେ ପଚରାଉଚରା କରିଥିଲା। ଶନିବାର ରାତିରେ ଏହି ଜାହାଜରେ ଚାଲିଥିବା ରେଭ୍‌ ପାର୍ଟି ସମ୍ପର୍କରେ ସୂଚନା ପାଇ ଏନସିବି ଟିମ ଯାତ୍ରୀ ବେଶରେ ଯାଇ ଚଢ଼ଉ କରିଥିଲେ। ଆର୍ଯ୍ୟନ୍‌ ପାଖରେ ରଖିଥିଲେ ଡ୍ରଗ୍ସ କିମ୍ବା ଖାଉଥିଲେ ତାହା ଜାଣିବା ଲାଗି ଏନ୍‌ସିବି ତାଙ୍କ ଫୋନ୍‌ ଜବତ କରି ଯାଞ୍ଚ କରିଥିଲା। ଏହାଛଡା ଅନ୍ୟମାନଙ୍କ ଠାରୁ ଜବତ କେତେକ ଫୋନ୍‌ରେ ରିସିଭ୍‌ କରାଯାଇଥିବା ହ୍ୱାଟସଆପ୍ ‘ଚ୍ୟାଟ୍‌’ ସବୁକୁ ଏନ୍‌ସିବି କର୍ତ୍ତୃପକ୍ଷ ଯାଞ୍ଚ କରିଥିଲେ।

ଅନ୍ୟପଟେ ଆର୍ଯ୍ୟନ୍‌ ଖାନଙ୍କୁ ପଚରାଉଚରା ବେଳେ ସେ କହିଛନ୍ତି ମୋତେ ଅତିଥି ଭାବେ ନିମନ୍ତ୍ରଣ ମିଳିଥିବାରୁ ମୁଁ ସାମିଲ ହୋଇଥିଲି। ଏଥିପାଇଁ କୌଣସି ଟଙ୍କା ଦେଇ ନଥିବା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button