୨୦୨୪ ନିର୍ବାଚନ ଲଢ଼ିବେନି ନରସିଂହ ମିଶ୍ର

ବଲାଙ୍ଗୀର : ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ୨୦୨୪ ନିର୍ବାଚନ ଲଢ଼ିବେନି। ତାଙ୍କ ସ୍ଥାନରେ ସାନପୁଅ ସମରେନ୍ଦ୍ର ମିଶ୍ର କଂଗ୍ରେସରୁ ଲଢ଼ିବା ଆପାତଃତ ସ୍ଥିର ହୋଇଥିବା ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ସେ କହିଛନ୍ତି କଂଗ୍ରେସ ହାଇକମାଣ୍ଡଙ୍କୁ ଏ ସମ୍ପର୍କରେ ଅବଗତ କରିବେ। ସ୍ଵାସ୍ଥ୍ୟଗତ କାରଣରୁ ନିର୍ବାଚନ ନଲଢ଼ିଲେ ମଧ୍ୟ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପାଇଁ ପ୍ରଚାର କରିବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ ୨୦୧୯ ଲୋକସଭା ନିର୍ବାଚନରେ ସମରେନ୍ଦ୍ର କଂଗ୍ରେସ ପ୍ରାର୍ଥୀ ହୋଇଥିଲେ। ସେ ଏଆଇସିସି ସଦସ୍ୟ ଅଛନ୍ତି।

Leave a Reply

Your email address will not be published. Required fields are marked *

Back to top button