ଜନାଦେଶକୁ ଗ୍ରହଣ କରୁଛୁ : ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଦଳର ପରାଜୟ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଜନାଦେଶକୁ ଗ୍ରହଣ କରୁଛୁ। କିନ୍ତୁ ଚିନ୍ତାଧାରାର ଲଢେଇ ଜାରି ରହିବ। ଏଥିସହ ତେଲେଙ୍ଗାନା ଲୋକମାନଙ୍କୁ ଧନ୍ୟବାଦ ଜଣାଇ ରାହୁଲ କହିଛନ୍ତି ରାଜ୍ୟବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ନିଶ୍ଚିତଭାବେ ପାଳନ କରାଯିବ। ଏହାଛଡା ସେ ଦଳୀୟ କର୍ମୀଙ୍କ କଠିନ ପରିଶ୍ରମ ପାଇଁ ଧନ୍ୟବାଦ ଦେଇଛନ୍ତି।

ସେହିପରି କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧି ଏକ୍ସରେ ଲେଖିଛନ୍ତି ତେଲେଙ୍ଗାନାର ଜନତା କଂଗ୍ରେସ ସପକ୍ଷରେ ଜନାଦେଶ ଦେଇ ଇତିହାସ ସୃଷ୍ଟି କରିଛନ୍ତି। ଏହା ପ୍ରଜାଲା ତେଲେଙ୍ଗାନାର ବିଜୟ। ରାଜ୍ୟବାସୀ ଓ କଂଗ୍ରେସ ଦଳର ପ୍ରତ୍ୟେକ କର୍ମକର୍ତ୍ତାଙ୍କ ବିଜୟ। ତେଲେଙ୍ଗାନାବାସୀଙ୍କୁ ମୋର ହୃଦୟରୁ ଧନ୍ୟବାଦ। ତେଲେଙ୍ଗାନାରେ ଶାନ୍ତି, ସମୃଦ୍ଧି ଓ ପ୍ରଗତି ପାଇଁ କଂଗ୍ରେସ ପ୍ରତିଶ୍ରୁତିବଦ୍ଧ। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ର ଜନତା କଂଗ୍ରେସକୁ ବିରୋଧୀ ଦଳ ଦାୟିତ୍ୱ ଦେଇଛନ୍ତି। ଲୋକଙ୍କ ରାୟ ଶିରୋଧାର୍ଯ୍ୟ। ଜୟ ହିନ୍ଦ।

କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି ତେଲେଙ୍ଗାନାରେ ଭୋଟର କଂଗ୍ରେସକୁ ଭୋଟ ଦେଇଥିବାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି। ଏହାଛଡା ଛତିଶଗଡ, ରାଜସ୍ଥାନ ଓ ମଧ୍ୟପ୍ରଦେଶର ଭୋଟରଙ୍କୁ ଧନ୍ୟବାଦ ଜଣାଇ ସେ କହିଛନ୍ତି ପରାଜୟର କାରଣ ଖୋଜିବା ସହ ଦଳ ଆଗକୁ ନିଶ୍ଚିତ ଭାବେ ବିଜୟୀ ହେବାକୁ ଚେଷ୍ଟା କରିବ। କଂଗ୍ରେସ ପାର୍ଟି ପୁରା ଦମରେ ୪ଟି ରାଜ୍ୟରେ ନିର୍ବାଚନ ଲଢିଥିଲା। ସେଥିପାଇଁ ସେ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳଙ୍କୁ ନେଇ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ସେ ଆହ୍ୱାନ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button