୨୫ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର ଜବତ

ଭୁବନେଶ୍ୱର : ଖଣ୍ଡଗିରି କଳିଙ୍ଗନଗର ଅଞ୍ଚଳରୁ ୨୨୫ ଗ୍ରାମ ବ୍ରାଉନ୍‌ସୁଗର ଜବତ ହୋଇଛି। ଏହି ଘଟଣାରେ ପୋଲିସ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ମୁନା ସେଠୀକୁ ଗିରଫ କରିଛି। ତା’ ନିକଟରୁ ଏକ ଦାମୀ କାର ଓ ଗୋଟିଏ ବନ୍ଧୁକ ଜବତ କରାଯାଇଛି। ତେବେ ଜବତ ବ୍ରାଉନ୍‌ସୁଗରର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

ମତାମତ ଦିଅନ୍ତୁ ।