ଫେସବୁକ ପ୍ରେମିକ ପାଇଁ ଶ୍ରୀଲଙ୍କା ଛାଡି ଭାରତରେ ପ୍ରେମିକା ବିଗ୍ନେଶ୍ଵରୀ

ନୂଆଦିଲ୍ଲୀ : ସଚିନ-ପାକିସ୍ତାନୀ ପ୍ରେମିକା ସୀମା ହାଇଦର ଓ ଅଞ୍ଜୁ-ଫେସବୁକ ପ୍ରେମିକ ପାକିସ୍ତାନର ନସରୁଲ୍ଲାଙ୍କ ପ୍ରେମ କାହାଣୀ ଏବେ ଚର୍ଚ୍ଚାରେ ରହିଛି। ବିଦେଶୀ ପ୍ରେମିକାଦ୍ୱୟ ଇତିମଧ୍ୟରେ ପ୍ରେମିକଙ୍କୁ ବିବାହ କରିସାରିଲେଣି। ସୀମା ବେଆଇନ ଭାବେ ଭାରତ ଆସିଥିବାରୁ ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ପାକିସ୍ତାନରେ ଅଞ୍ଜୁଙ୍କୁ ମିଳିଛି ୫୦ ଲକ୍ଷ ଟଙ୍କାର ଫ୍ଲାଟ ଉପହାର। ଏହି ତାଲିକାରେ ଯୋଡିହୋଇଛି ଶ୍ରୀଲଙ୍କା ପ୍ରେମିକା ବିଗ୍ନେଶ୍ଵରୀ। ସେ ଟୁଇରିଷ୍ଟ ଭିସାରେ ଆସି ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାରେ ରହୁଥିବା ଫେସବୁକ ପ୍ରେମିକ ଲକ୍ଷ୍ମଣଙ୍କୁ ବିବାହ କରିସାରିଲେଣି।

ଖବର ଅନୁଯାୟୀ ସୋଲିଆଲ ମିଡିଆରେ ଭାଇରାଲ ହୋଇଛି ଭାରତ ଆସିଥିବା ବିଦେଶୀ ପ୍ରେମିକଙ୍କ ପ୍ରେମ କାହାଣୀ। ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାରେ ରହୁଥିବା ଫେସବୁକ ପ୍ରେମିକ ୨୮ବର୍ଷିୟ ଯୁବକ ଲକ୍ଷ୍ମଣଙ୍କ ପାଇଁ ଶୀଲଙ୍କାର ୨୫ ବର୍ଷିୟା ଯୁବତୀ ବିଗ୍ନେଶ୍ଵରୀ ଟୁଇରିଷ୍ଟ ଭିସା ଜରିଆରେ ଭାରତ ଆସିଛନ୍ତି। ଦୁହେଁ ୨୦୧୭ରେ ଫେସବୁକ ଜରିଆରେ ସମ୍ପର୍କରେ ଆସିଥିଲେ। ଏଇ ବନ୍ଧୁତା ପରବର୍ତ୍ତୀ ସମୟରେ ପ୍ରେମରେ ପରିଣତ ହୋଇଥିଲା। ଅନେକଦିନ ପ୍ରେମସମ୍ପର୍କରେ ରହିବା ପରେ ଲକ୍ଷ୍ମଣ ଓ ବିଗ୍ନେଶ୍ଵରୀ ବିବାହ କରିବାକୁ ସ୍ଥିର କରିଥିଲେ। ଏହାପରେ ବିମାନଯୋଗେ ବିଗ୍ନେଶ୍ଵରୀ ସୀମା ପାରକରି ଚେନ୍ନାଇ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରୁ ବିଗ୍ନେଶ୍ଵରୀଙ୍କୁ ନେଇ ଜୁଲାଇ ୨୦ ତାରିଖରେ ନିକଟସ୍ଥ ଏକ ମନ୍ଦିରରେ ବିବାହ କରିଥିଲେ ଲକ୍ଷ୍ମଣ। ଏହି ବିବାହରେ ଲକ୍ଷ୍ମଣଙ୍କ ପରିବାର ପ୍ରଥମେ ରାଜି ନଥିଲେ। କିନ୍ତୁ ପରେ ଦୁହେଁ ବୁଝାଇବା ପରେ ସେମାନେ ରାଜିହୋଇ ପୁଅ ଓ ବୋହୂଙ୍କୁ ଗ୍ରହଣ କରିଥିଲେ।

ଏବେ ବିଗ୍ନେଶ୍ଵରୀ ପୋଲିସକୁ ଅନୁରୋଧ କରିଛନ୍ତି ମୁଁ ଆସିଥିବା ଭିସାର ଅବଧି ଅଗଷ୍ଟ ୧୫ରେ ଶେଷ ହୋଇଯିବ। ତୁରନ୍ତ ଏହାର ଅବଧି ବୃଦ୍ଧି ସହିତ ମୋ‌ତେ ମୋ ଶାଶୁଘରେ ରହିବାକୁ ଅନୁମତି ଦିଆଯାଉ।

Leave a Reply

Your email address will not be published. Required fields are marked *

Back to top button