ରେନୋ ୧୦ମ ବାର୍ଷିକି ପାଳନ ଅବସରରେ ଭାରତରେ ନୂଆ କାଇଗର ଆରଏକ୍ସଟି (ଓ) ଓ କ୍ୱିଡ୍ ମାଇଁ ୨୧ର ଶୁଭାରମ୍ଭ କରିଛି

ଭୁବନେଶ୍ୱର : ରେନୋ ଇଣ୍ଡିଆ ଭାରତରେ ଏହାର ଅପରେସନର ୧୦ମ ବାର୍ଷିକି ଅବସରରେ କାଇଗରର ନୂଆ ଆରଏକ୍ସଟି (ଓ) ଭାରିଆଂଟ ଓ କ୍ୱିଡ୍ ର ମାଇଁ ୨୧ କୁ ଭୁବନେଶ୍ୱରରେ ଶୁଭାରମ୍ଭ କରିଛି।

ରେନୋ କାଇଗର ଆରକ୍ସଟି (ଓ) ୧.୦ ଲି ଏନର୍ଜି ଇଞ୍ଜିନ୍ ରେ ଉଭୟ ଏମଟି ଓ ଏଏମଟି ଟ୍ରାନ୍‌ସମିସନରେ ଉପଲବ୍ଧ ହେବ । ଆରଏକ୍ସଟି (ଓ) ଭାରିଆଂଟ ଅନେକ ଗ୍ରାହକମାନଙ୍କର ପସନ୍ଦ ଅଟେ, ଆରଏକ୍ସଜେଡ୍ ଭାରିଆଂଟର କିଛି ପ୍ରିମିୟମ ବୈଶିଷ୍ଟ୍ୟ ଯଥା ଟ୍ରାଇ-ଅକ୍‌ଟା ଏଲଇଡି ପିଓର ଭିଜନ୍ ହେଡଲ୍ୟାମ୍ପ ଓ ୪୦.୬୪ ଡାଇମଣ୍ଡ କଟ୍ ଆଲଏ ହୁଇଲ୍‌ସ ବହୁତ ସୁଲଭ ମୂଲ୍ୟରେ ମିଳିପାରୁଛି । କାଇଗର ଆରଏକ୍ସଟି (ଓ) ର ଆଇକୋନିକ୍ ତିନି-ଏଲଇଡି ସମ୍ମୁଖ ଭାଗ ରେ ରହିଛି ୪୦.୬୪ ସେମି ଡାଏମଣ୍ଡ କଟ୍ ଆଲଏ ହୁଇଲ୍‌ସ ଓ ଆକର୍ଷଣୀୟ ରାଡିଆଂଟ ରେଡ୍ ଡୁଆଲ୍ ଟୋନ୍ କଲର ଯାହାକି କାର ରୁ ଆହୁରି ଅଧିକ ଆକର୍ଷଣୀୟ କରିପାରିଛି । କ୍ୟାବିନ୍ ମଧ୍ୟରେ ଉତମ ଏୟାର ମାନକୁ ସୁନିଶ୍ଚିତ କରିବା ପାଇଁ, ଆରଏକ୍ସଟି (ଓ) ରେ ମଧ୍ୟ ରହିଛି ପିଏମ୍ ୨.୫ ଆଡ୍‌ଭାନ୍‌ସଡ ଆଟମୋସ୍ପେରିକ୍ ଫିଲ୍‌ଟର । ସାମଗ୍ରୀକ ସ୍ମାର୍ଟ କ୍ୟାବିନ୍ ଅନୁଭୂତିକୁ ବୃଦ୍ଧି କରିବା ସହିତ ଓୟାରଲେସ୍ ସ୍ମାର୍ଟଫୋନ୍ ରେପ୍ଲିକେସନ ଫଙ୍କସନ ଆରଏକ୍ସଟି (ଓ) ଭାରିଆଂଟକୁ ସଂପ୍ରସାରିତ କରାଯାଇଛି । ଏହା ସହାୟତାରେ ଯାତ୍ରୀମାନେ ସେମାନଙ୍କର ସ୍ମାର୍ଟଫୋନକୁ ୨୦.୩୨ ସେମି ଡିସପ୍ଲେ ଫ୍ଲୋଟିଂ ଟଚସ୍କ୍ରିନ୍ ସହିତ ସଂଯୁକ୍ତ କରିପାରିବେ।

ରେନୋ କ୍ୱିଡ୍ ହେଉଛି ଏକ ଆକର୍ଷଣୀୟ, ନୂତନ ଓ ସୁଲଭମୂଲ୍ୟଯୁକ୍ତ ଗାଡ଼ି ଯାହାକି ଭାରତରେ ରେନୋର ବାସ୍ତବରେ ଏକ ଗେମ୍ ଚେଞ୍ଜର ଓ ଭଲ୍ୟୁମ ଡ୍ରାଇଭର । ଏହା ସର୍ବଦା ଏହାର ପ୍ରତିଶ୍ରୁତିର ଅନୁପାଳନ କରିଥାଏ ଯଦ୍ୱାରା ଏହାର କ୍ୱିଡ ଅତୁଳନୀୟ ସଫଳତା ହାସଲ କରିପାରିଛି । ଏହା ସହିତ ସମ୍ପୂର୍ଣ୍ଣ ନୂଆ କ୍ୱିଡ୍ ମାଇଁ୨୧ ରେ ଆହୁରି ଅଧିକ ମୂଲ୍ୟ ଯୋଗ କରାଯାଇଛି ଯାହା ଦ୍ୱାରା ଏହା ଗ୍ରାହକଙ୍କର ପସନ୍ଦର ଓ ବିଶ୍ୱସନୀୟ ବ୍ରାଣ୍ଡ ହୋଇପାରିବ ।

ରେନୋ କ୍ୱିଡ୍ ମାଇଁ ୨୧ ରେଞ୍ଜ ୦.୮ ଏଲ୍ ଓ ୧.୦ ଏଲ୍ ଏସସିି ପାୱାରଟ୍ରେନ୍ ରେ ଉଭୟ ମାନୁଆଲ୍ ଓ ଏଏମଟି ବିକଳ୍ପରେ ଉପଲବ୍ଧ ହେଉଛି । ରେନୋ କ୍ୱିଡ୍ ରେଂଜରେ ରହିଛି ଭାରତ ପାଇଁ ପ୍ରଯୁଜ୍ୟ ଥିବା ସମସ୍ତ ପ୍ରକାର ସୁରକ୍ଷା ନିୟମାବଳୀ ଏବଂ ଏହା ସହିତ ଏବେ ଏଥିରେ ରହିଛି ଷ୍ଟାଣ୍ଡାର୍ଡ଼ ବୈଶିଷ୍ଟ୍ୟ ଭାବରେ ସମସ୍ତ ଭାରିଆଂଟରେ ଡୁଆଲ୍ ଫ୍ରଂଟ ଏୟାରବ୍ୟାଗ୍ । ଏହି ବିକାଶ କାର୍ଯ୍ୟକୁ ରେଗୁଲେସନ ଟାଇମଲାଇନ୍ ର ପୂର୍ବରୁ କରାଯାଇଛି । କାରର ଆକର୍ଷଣୀୟତାକୁ ଆହୁରି ଅଧିକ ବୃଦ୍ଧି କରିବା ସହିତ ନୂଆ କ୍ୱିଡ୍ ମାଇଁ ୨୧ କ୍ଲାଇମ୍ବର ଏଡିସନ ଟି ମଧ୍ୟ ଡୁଆଲ୍ ଟୋନ୍ ଏକ୍ସଟେରିୟର ରେ ଧଳା କଲର ସହିତ କଳା ରୁଫ ରେ ଉପଲବ୍ଧ ହେବ । ଏହା ସହିତ ଏଥିରେ ମଧ୍ୟ ରହିଛି ଅନେକ ଗୁଡ଼ିଏ ନୂତନ ତଥା ଆଧୁନିକ ବୈଶିଷ୍ଟ୍ୟ ଯଥା ଇଲେକଟ୍ରିକ ଓଆରଭିଏମ ଓ ଡେ ଆଣ୍ଡ ନାଇଟ୍ ଆଇଆରଭିଏମ୍ । ଏହାର ଅନେକ ଗୁଡ଼ିକ ଆକ୍ଟିଭ୍ ଓ ପାସିଭ୍ ସୁରକ୍ଷା ବୈଶିଷ୍ଟ୍ୟ ସହିତ, ଏଥିରେ ମଧ୍ୟ ରହିଛି ଫ୍ରଂଟ ଡ୍ରାଇଭର ସାଇଡ୍ ପାଇରୋଟେକ୍ ଓ ପ୍ରିଟେନ୍‌ସନର, ଯାହାକି ଗାଡ଼ିର ସୁରକ୍ଷାକୁ ଆହୁରି ବୃଦ୍ଧି କରିଥାଏ । ରେନୋ କାଇଗର ଆରଏକ୍ସଟି (ଓ) ଭାରିଆଂଟ କୁ ଆଇଏନଆର ୭.୩୭ ଲକ୍ଷ (ଏକ୍ସ-ସୋରୁମ୍ ଭୁବନେଶ୍ୱର) ରେ ଶୁଭାରମ୍ଭ କରାଯାଇଛି । ଏହା ସହିତ କ୍ୱିଡ୍ ମାଇଁ୨୧ରେଞ୍ଜ ଆଇଏନଆର ୪.୦୬ ଲକ୍ଷ ରୁ ଆରମ୍ଭ (ଏକ୍ସ-ସୋରୁମ୍ ଭୁବନେଶ୍ୱର) ।

ଏହି ଉତ୍ସବ ପାଳନର ଅଂଶସ୍ୱରୂପ ରେନୋ ଏହାର ଉତ୍ପାଦର ବଛା ବଛା ଭାରିଆଂଟରେ ସେପ୍ଟେମ୍ବର ୨୦୨୧ ରେ ଆଇଏନଆର ୮୦,୦୦୦ ପର୍ଯ୍ୟନ୍ତ ସର୍ବାଧିକ ଲାଭ ପ୍ରଦାନ କରୁଛି । ଏହି ଅବଧି ମଧ୍ୟରେ ନୂଆ ରେନୋ କିଣିବା କ୍ଷେତ୍ରରେ ଏହି ଅଫରକୁ ଉପଲବ୍ଧ କରାଯାଇପାରିବ । ଉପରୋକ୍ତ ସୁବିଧା ସହିତ ୧୦ ବର୍ଷର ପୂରଣ ଅବସରରେ ରେନୋ ମଧ୍ୟ ୧୦ ୟୁନିକ୍ ଲୟାଲିଟି ରିୱାର୍ଡ଼ସ ର ଶୁଭାରମ୍ଭ କରିଛି ଯେଉଁଥିରେ ଆଇଏନଆର ୧୧୦,୦୦୦ ର ସର୍ବାଧିକ ଲୟାଲିଟି ସୁବିଧା ପ୍ରଦାନ କରାଯାଉଛି ଯାହାକି ନିୟମିତ କଞ୍ଜୁମର ଅଫର ଅତିରିକ୍ତ ଅଟେ । ଘୋଷଣା କରାଯାଇଥିବା କ୍ୟାସ ଅଫର ଓ ଲୟାଲିଟି ବୋନସ୍ ଅଫର ବ୍ୟତୀତ କମ୍ପାନୀ ମଧ୍ୟ ରେନୋ କ୍ୱିଡ୍‌, ଟ୍ରାଇବର ଓ କାଇଗରର କ୍ରୟ କ୍ଷେତ୍ରରେ, ବାଏ ନାଓ, ପେ ଇନ୍ ୨୦୨୨ ସ୍କିମ ର ଘୋଷଣା କରିଛି ଯେଉଁଥିରେ ଗ୍ରାହକମାନେ ନୂଆ ରେନୋ ଗାଡ଼ି କିଣିପାରିବେ ଓ ୬ ମାସ ପରେ ଇଏମଆଇ ପ୍ରଦାନ କରିବା ଆରମ୍ଭ କରିବାର ସୁବିଧା ପାଇପାରିବେ ।

Leave a Reply

Your email address will not be published. Required fields are marked *

Back to top button