ବିଜେଡିର ୬ ବିଧାୟକ ଓ ସାଂସଦ ନିର୍ବାଚନ ପୂର୍ବରୁ ଦଳ ଛାଡ଼ିଛନ୍ତି

ନୂଆଦିଲ୍ଲୀ : ୨୦୧୪ ରୁ ୨୦୨୧ ମଧ୍ୟରେ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ (ବିଜେଡି)ର ୬ ବିଧାୟକ ଓ ସାଂସଦ ଦଳ ଛାଡ଼ିଛନ୍ତି। ନାସନାଲ୍‌ ଇଲେକସନ୍‌ ୱାଚ୍‌ ଓ ଆସୋସିଏସନ୍‌ ଫର୍‌ ଡିମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ରିପୋର୍ଟରେ ଏହା କୁହାଯାଇଛି।

ରିପୋର୍ଟ ଅନୁଯାୟୀ ସାତ ବର୍ଷରେ ଦଳର ୩ ଜଣ ପ୍ରାର୍ଥୀ ଦଳ ଛାଡ଼ିଛନ୍ତି। ବିଧାୟକ ଓ ସାଂସଦମାନଙ୍କ ଦଳ ଛାଡ଼ିବା ପ୍ରତିଶତ ୧.୨ ରହିଥିବା ବେଳେ ପ୍ରାର୍ଥୀ ଦଳ ଛାଡିବା ପ୍ରତିଶତ ୦.୨୬ ରହିଛି। ଏହାଛଡା ସାତ ବର୍ଷରେ ୧୬ ଜଣ ପ୍ରାର୍ଥୀ ବିଜେଡିରେ ଯୋଗଦେଇଥିବା ଉଲ୍ଲେଖ ରହିଛି। ୧.୪୧ ପ୍ରତିଶତ ପ୍ରାର୍ଥୀ ବିଜେଡିରେ ଯୋଗଦେଇଛନ୍ତି। ଏଥିସହ ୩ ଜଣ ବିଧାୟକ ଓ ସାଂସଦ ବିଜେଡିରେ ଯୋଗ‌ଦେଇଥିଲେପ୍ରାର୍ଥୀ ଯାହାର ପ୍ରତିଶତ ୦.୬୬ ରହିଛି। ଏଡିଆର ରିପୋର୍ଟରେ ୨୦୧୪ ରୁ ୨୦୨୧ ମଧ୍ୟରେ ସର୍ବାଧିକ ୧୭୭ ଜଣ କଂଗ୍ରେସ ବିଧାୟକ ଓ ସାଂସଦ (୩୫ ପ୍ରତିଶତ) ନିର୍ବାଚନ ପୂର୍ବରୁ ଦଳ ଛାଡ଼ିଦେଇଥଲେ ବୋଲି ଦର୍ଶାଯାଇଛି।

Leave a Reply

Your email address will not be published. Required fields are marked *

Back to top button