ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ

କଳାହାଣ୍ଡି : କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଗୋଲାମୁଣ୍ଡା ବିଡିଓ ସ୍ନିଗ୍ଧାରାଣୀ ପ୍ରଧାନ ଓ ତହସିଲଦାର ସର୍ବେଶ୍ୱର ଜାଲ ସ୍କୁଲର କାଗଜପତ୍ର ଯାଞ୍ଚ କରିଛନ୍ତି। ସ୍କୁଲର ଉପର ମହଲାରେ ପରିଚାଳିତ ଯୁକ୍ତ ୩ କଲେଜର ଆୟ ବ୍ୟୟ ଅଟକଳ ଯାଞ୍ଚ ଦେଉଥିବା ଜଣାପଡିଛି।

ଖବର ଅନୁଯାୟୀ ଯୁକ୍ତ ୨ ଓ ଯୁକ୍ତ ୩ କଲେଜ ପାଇଁ କେତେ ଟଙ୍କା ସରକାରୀ ଅନୁଦାନ ମିଳିଛି ତାର ମଧ୍ୟ ତଦନ୍ତ କରାଯିବ। ତେବେ ଏପର୍ଯ୍ୟନ୍ତ ତଦନ୍ତକାରୀ ଟିମ୍ କୁ କଲେଜର ଗୁପ୍ତ କୋଠରୀ ସମ୍ପର୍କରେ କୌଣସି ସୂଚନା ମିଳିନଥିବା ବେଳେ ଏହି ଆର୍ଯ୍ୟରେ କେଗାଁ ପୋଲିସ ସାମିଲ ଥିବା ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *

Back to top button