ଦୁଷ୍କର୍ମ ଅଭିଯୋଗରେ ସ୍କୁଲ ଅଧ୍ୟକ୍ଷ ଗିରଫ

ତେଲେଙ୍ଗାନା : ଚାକରାଣୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ତେଲେଙ୍ଗାନା ଜୁବଲୀ ହିଲ୍ସର ସ୍କୁଲ ଅଧ୍ୟକ୍ଷ ଗିରଫ। ତାଙ୍କ ପୁଅ ଫେରାର ଥିବାରୁ ପୋଲିସ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।

ଖବର ଅନୁଯାୟୀ ଅଭିଯୁକ୍ତ ସ୍କୁଲ ଅଧ୍ୟକ୍ଷଙ୍କ ବଞ୍ଜରାହିଲ୍ସ ଘରେ ଚାକରାଣୀ ଭାବେ କରୁଥିବା ୨୨ ବର୍ଷୀୟ ଯୁବତୀଙ୍କୁ ଜୁଲାଇ ୧୬ରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ପୀଡ଼ିତା ପୋଲିସକୁ ତୁରନ୍ତ କିଛି କହି ନଥିଲେ ହେଁ ପରେ ସେ ସାହାସ କରି ପୋଲିସର ଦ୍ୱାରସ୍ଥ ହୋଇଥିଲେ। ଘଟଣା ସମ୍ପର୍କରେ ଅଧ୍ୟକ୍ଷଙ୍କ ପୁଅଙ୍କୁ କହିବାରୁ ସେ ପୀଡ଼ିତାଙ୍କୁ ଚୋରି ଅଭିଯୋଗରେ ଘରୁ ବାହାର କରି ଦେଇଥିଲେ। ସେମାନେ କାଳେ ତାଙ୍କୁ ଓ ତାଙ୍କ ମା’ଙ୍କର କ୍ଷତି କରିବା ଭୟରେ ପୀଡ଼ିତା ଏତେଦିନ ଯାଏ ନିରବ ରହିଥିବା ପୋଲିସକୁ କହିଛନ୍ତି।

ସେହିପରି ମହିଳା ସୁରକ୍ଷା ୱିଙ୍ଗର ଜଣେ ଅଧିକାରୀ କହିଛନ୍ତି ଭରଷା କେନ୍ଦ୍ରର ଜଣେ ୨୨ ବର୍ଷୀୟ ଯୁବତୀଙ୍କ ଅଭିଯୋଗ ଆଧାରରେ ଗିରଫ କରାଯାଇଛି। ଅଭିଯୁକ୍ତମାନଙ୍କ ବିରୋଧରେ ଏସସି/ଏସ୍‌ଟି ଆଇନ ଲଗାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଘଟଣା ବେଳେ ୨ ଅଭିଯୁକ୍ତ ସେଠାରେ ଉପସ୍ଥିତ ଥିବା ଲୋକେସନ ଯାଞ୍ଚରୁ ସ୍ପଷ୍ଟ ହୋଇଛି। ମଙ୍ଗଳବାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ପରେ ଚଞ୍ଚଳଗୁଡ଼ା କେନ୍ଦ୍ରୀୟ ଜେଲରୁ ପଠାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button