ଦୁଇ ମାସ ପାଇଁ ହାୱଡ଼ା-ପ୍ରଶାନ୍ତି ନିଳୟମ୍‌ ଏକ୍ସପ୍ରେସ୍‌ ଟ୍ରେନ୍‌ ଆଂଶିକ ବାତିଲ୍

ଭୁବନେଶ୍ଵର : ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଦକ୍ଷିଣ ପଶ୍ଚିମ ରେଳପଥ ପରିସୀମା ମଧ୍ୟରେ ସତ୍ୟ ସାଇ ପ୍ରଶାନ୍ତି ନିଳୟମ ଓ ବାସମପଲ୍ଲୀ ରେଳ ଷ୍ଟେସନ ମଧ୍ୟରେ ଟନେଲ/ବ୍ରିଜ ଗୁଡିକର ଜରୁରୀ ମରାମତି ଯୋଗୁଁ ଦୁଇମାସ ଅବଧି ପାଇଁ ପ୍ରଶାନ୍ତି ଏକ୍ସପ୍ରେସ ଟ୍ରେନ୍‌ର ମାର୍ଗ ପରିବର୍ତ୍ତନ କରାଯାଇଛି। ସେହିପରି ହାଓଡ଼ା-ଏସ୍ଏ‌ସ୍‌ପିଏନ୍‌ ଏକ୍ସପ୍ରେସ୍‌ର ଆଂଶିକ ବାତିଲ ହୋଇଛି।

ଟ୍ରେନ୍‌ ନମ୍ବର ୨୨୮୩୧/୨୨୮୩୨ ହାଓଡ଼ା-ସତ୍ୟ ସାଇ ପ୍ରଶାନ୍ତି ନିଳୟମ (ଏସ୍‌ଏସ୍‌ପିଏନ୍‌)- ହାୱଡ଼ା ଏକ୍ସପ୍ରେସ୍‌ ୬ ଡିସେମ୍ବର ୨୦୨୩ରୁ ୬ ଫେବ୍ରୁଆରି ୨୦୨୪ ପର୍ଯ୍ୟନ୍ତ ପ୍ରତ୍ୟେକ ବୁଧବାର ଦିନ ହାୱଡ଼ା ଠାରୁ ଏବଂ ୮ ଡିସେମ୍ବର ୨୦୨୩ ଠାରୁ ୯ ଫେବ୍ରୁଆରି ୨୦୨୪ ମଧ୍ୟରେ ପ୍ରତ୍ୟେକ ଶୁକ୍ରବାର ଦିନ ଏସଏସପିଏନ ଠାରୁ ଛାଡିବାକୁ ଥିବା ଟ୍ରେନ ଉଭୟ ପାର୍ଶ୍ୱରୁ ଧର୍ମାଭରମ ଏବଂ ଏସଏସପିଏନ ମଧ୍ୟରେ ବାତିଲ ରହିବ`

ସେହିଭଳି ଟ୍ରେନ୍‌ ନମ୍ବର ୧୮୪୬୪/୧୮୪୬୩ ବେଙ୍ଗାଲୁରୁ-ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ୍‌ ୮ ଡିସେମ୍ବର ୨୦୨୩ରୁ ୮ ଫେବ୍ରୁଆରି ୨୦୨୪ ପର୍ଯ୍ୟନ୍ତ ବେଙ୍ଗାଲୁରୁ ଠାରୁ ଏବଂ ୭ ଡିସେମ୍ବର ୨୦୨୩ ରୁ ୭ ଫେବ୍ରୁଆରି ୨୦୨୪ ପର୍ଯ୍ୟନ୍ତ ଭୁବନେଶ୍ୱରରୁ ଛାଡିବାକୁ ଥିବା ଟ୍ରେନ ଉଭୟ ପାର୍ଶ୍ୱରୁ ପେନୁକୋଣ୍ଡା-ନାଗସମୁଦ୍ରମ୍-ଧର୍ମାଭରମ ମାର୍ଗରେ ଚଳାଚଳ କରିବ।

Leave a Reply

Your email address will not be published. Required fields are marked *

Back to top button