ରେସ୍ତୋରାଁରୁ ଆପତ୍ତିଜନକ ଅବସ୍ଥାରେ ୨୦ ଯୁବକ-ଯୁବତୀ ଉଦ୍ଧାର

ନୂଆଦିଲ୍ଲୀ : ଉତ୍ତରପ୍ର‌ଦେଶର ଫରୁଖାବାଦର ଫତେହଗଡ଼ର ଏକ ରେସ୍ତୋରାଁ ଉପରେ ପୋଲିସ ଚଢ଼ଉକରି ଆପତ୍ତିଜନକ ଅବସ୍ଥାରେ ୯ ଯୁବତୀ ଓ ୧୧ଯୁବକଙ୍କୁ ଉଦ୍ଧାର କରିଛି।

ଖବର ଅନୁଯାୟୀ ଫତେହଗଡ଼ ଶିକାଗୋ ପିଜ୍ଜା ରେସ୍ତୋରାଁରେ ସର୍ବଦା ଯୁବକ-ଯୁବତୀଙ୍କ ଭିଡ଼ ଲାଗି ରହୁଥିଲା। ପୋଲିସକୁ ସୂଚନା ମିଳିଲା ସେଠାରେ ଅନୈତିକ କାମ ଚାଲିଛି। ପୋଲିସ ଘଟଣାସ୍ଥଳରୁ ୯ଜଣ ଯୁବତୀ ଓ ୧୧ଜଣ ଯୁବକଙ୍କୁ ଆପତ୍ତିଜନକ ଅବସ୍ଥାରେ ଉଦ୍ଧାର କରି ହେପାଜତକୁ ନେଇଛି। ଏଥିସହିତ କୋଠରିଗୁଡ଼ିକରୁ କିଛି ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି। ଏହି ଘଟଣାରେ ରେସ୍ତୋରାଁ ମାଲିକ ଓ ତାଙ୍କ ପୁଅଙ୍କୁ ପୋଲିସ ପଚରାଉଚରା ଜାରି ରଖିଛି।

Leave a Reply

Your email address will not be published. Required fields are marked *

Back to top button