ସରକାରଙ୍କ ଚାପରେ ପିଟିଆଇ ନେତା ଦଳ ଛାଡ଼ୁଛନ୍ତି : ଇମ୍ରାନ

ଲାହୋର : ପାକିସ୍ତାନ ସରକାରଙ୍କ ଚାପ ଯୋଗୁଁ ମୋ ଦଳର ନେତାମାନେ ଦଳ ଛାଡ଼ୁଛନ୍ତି। ଏହି ଅଭିଯୋଗ ଆଣିଛନ୍ତି ପାକ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ। ଆଉ ଚେତାବନୀ ଦେଇଛନ୍ତି ଦିନେ ସମୟର ଚକ ବଦଳିଯିବ। ସମସ୍ତ ନେତା ଦଳ ଛାଡିଲେ ମଧ୍ୟ ଯାହାକୁ ଟିକେଟ ଦେବି ସିଏ ଜିତିବେ ବୋଲି ସେ କହିଛନ୍ତି।

ବୁଧବାର ସନ୍ଧ୍ୟାରେ ଇମ୍ରାନ ଦେଶବାସୀଙ୍କୁ ସମ୍ବୋଧିତ କରି ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ଏଥିରେ କୁହାଯାଇଛି ସୋସିଆଲ ମିଡିଆକୁ ନିୟନ୍ତ୍ରଣ କରିବା ପାଇଁ ମୋ ଘରେ ଇଣ୍ଟରନେଟ୍ ବନ୍ଦ କରାଯାଇଛି। ଏହା ସତ୍ତ୍ୱେ ମୁଁ ଆପଣମାନଙ୍କ ସହ କଥା ବାର୍ତ୍ତା ଜାରି ରଖିବାକୁ ଚେଷ୍ଟା କରିବି।

ମେ’ ୯ରେ ଇମ୍ରାନଙ୍କ ଗିରଫକୁ ନେଇ ସାରା ଦେଶରେ ହୋଇଥିଲା ହିଂସାକାଣ୍ଡ। ପରେ ଇମ୍ରାନ କହିଥିଲେ ପିଟିଆଇ ନେତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରାଯାଉଛି। ଏହା ଏକ ଦମନ ଯାହା ପାକିସ୍ତାନରେ ପୂର୍ବରୁ କେବେ ହୋଇନଥିଲା। ତାଙ୍କ ଦଳର ନେତା-କର୍ମୀଙ୍କୁ ଅତ୍ୟାଚାର ଓ ଗିରଫ କରାଯାଉଛି। ନେତାମାନଙ୍କୁ କୁହାଯାଉଛି ଯେପର୍ଯ୍ୟନ୍ତ ସେମାନେ ପିଟିଆଇରେ ଅଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ପିଟିଆଇ ଛାଡିବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ। ଏହି ଅଭିଯୋଗ କରିଛନ୍ତି ଇମ୍ରାନ।

Leave a Reply

Your email address will not be published. Required fields are marked *

Back to top button