ଚନ୍ଦ୍ରର ଦକ୍ଷିଣମେରୁରୁ ମିଳିଲା ସଲଫର୍

ନୂଆଦିଲ୍ଲୀ : ଚନ୍ଦ୍ରର ଦକ୍ଷିଣ ମେରୁରେ ସଲଫର୍ ଥିବା ନିଶ୍ଚିତ ହୋଇଛି। ଏବେ ହାଇଡ୍ରୋଜେନର ସନ୍ଧାନ କରୁଛି ପ୍ରଜ୍ଞାନ ରୋଭର। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବ ଟ୍ୱିଟର)ରେ ଇସ୍ରୋ ଏହି ସୂଚନା ଦେଇଛି।

ଖବର ଅନୁଯାୟୀ ଇସ୍ରୋ କହିଛି ପ୍ରଥମ ଥର ପାଇଁ ରୋଭରରେ ଲାଗିଥିବା ଲେଜର-ଇଣ୍ଡ୍ୟୁସଡ୍ ବ୍ରେକଡାଉନ୍ ସ୍ପେକ୍ଟ୍ରସ୍କୋପ୍ (ଏଲଆଇବିଏସ) ଚନ୍ଦ୍ରର ଦକ୍ଷିଣ ମେରୁରେ ସଲଫର୍ ଥିବା ନିଶ୍ଚିତ କରିିଛି। ପ୍ରାଥମିକ ଅନୁଶୀଳନ ଅନୁଯାୟୀ ଚନ୍ଦ୍ରର ଦକ୍ଷିଣ ମେରୁରେ ଆଲୁମିନିୟମ, କ୍ୟାଲସିୟମ, ଆଇରନ୍, କ୍ରୋମିୟମ, ଟିଟାନିୟମ୍, ମାଙ୍ଗାନିଜ୍, ସିଲିକନ୍ ଓ ଅକ୍ସିଜେନ୍ ଥିବା ଜଣାପଡ଼ିଛି। ଏସବୁ ପଦାର୍ଥ ଚିହ୍ନଟ କରିବା ପରେ ଏବେ ହାଇଡ୍ରୋଜେନ୍ (ଏଚ୍)ର ସନ୍ଧାନ ଚଳାଇଛି ପ୍ରଜ୍ଞାନ।

ଏହା ପୂର୍ବରୁ ପ୍ରଜ୍ଞାନ ରୋଭର ବାର୍ତ୍ତା ପଠାଇଥିଲା ନମସ୍କାର ପୃଥିବୀ ! ମୁଁ ଚନ୍ଦ୍ରଯାନ-୩ର ପ୍ରଜ୍ଞାନ ରୋଭର। ମୁଁ ଆଶା କରୁଛି ତୁମେ ଭଲ କରୁଛ। ମୁଁ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ମୁଁ ଚନ୍ଦ୍ରର ରହସ୍ୟ ଉନ୍ମୋଚନ କରିବାକୁ ଯାଉଛି। ମୁଁ ମୋର ବନ୍ଧୁ ବିକ୍ରମ ଲାଣ୍ଡର ସହ ଯୋଗାଯୋଗରେ ଅଛି। ଆମେ ସୁସ୍ଥ ଅଛୁ। ଭଲ ଖବର ଖୁବ୍‌ ଶୀଘ୍ର ଆସିବ।

Leave a Reply

Your email address will not be published. Required fields are marked *

Back to top button