ଟ୍ରିବ୍ୟୁନାଲ ଟିମ ଆସିବା ପୂର୍ବରୁ ବ୍ୟାରେଜର ୧୭ ଗେଟ୍ ଖୋଲିଦେଲା ଛତିଶଗଡ଼

ଭୁବନେଶ୍ଵର : ମହାନଦୀକୁ ନେଇ ଛତିଶଗଡ଼-ଓଡିଶା ମଧ୍ୟରେ ବିବାଦ। ଛତିଶଗଡ଼ ଏକାଧିକ ବ୍ୟାରେଜ ପାଣି ଅଟକାଇଥିବାରୁ ଓଡିଶାର ଜୀବନରେଖା କୁହାଯାଉଥିବା ମହାନଦୀ ଏବେ ଶୁଖିଲା ପଡିଛି। ଏହାର ଯାଞ୍ଚ ପାଇଁ ଆସନ୍ତା ୨୯ ତାରିଖରୁ ମହାନଦୀ ଟ୍ରିବ୍ୟୁନାଲ ଟିମର ଦ୍ୱିତୀୟ ପର୍ଯ୍ୟାୟ ଗସ୍ତ ରହିଛି। ହେଲେ ଛତିଶଗଡ଼ ନିଜର ଦୋଷ ଲୁଚାଇବାକୁ ବନ୍ଦଥିବା କଲମା ବ୍ୟାରେଜର ୧୭ଟି ଗେଟ୍ ଖୋଲିଦେଇଛି।

ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ କହିଛନ୍ତି କଲମା ବ୍ୟାରେଜର ମୋଟ ୬୬ଟି ଗେଟ୍‌ ମଧ୍ୟରୁ ୧୭ଟି ଗେଟ ଖୋଲାଯାଇଛି। କିନ୍ତୁ କଲମା ବ୍ୟାରେଜ କର୍ତ୍ତୃପକ୍ଷ ଏନେଇ କୌଣସି ସୂଚନା ଦେଇନାହାନ୍ତି। ୧୭ଟି ଗେଟ୍‌ଦେଇ କେତେ ପରିମାଣର ପାଣି ବାହାରୁଛି ସେ ସମ୍ପର୍କରେ କିଛି ତଥ୍ୟ ନଥିବା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button