ଏଣିକି ସବୁଠି ବ୍ୟବହାର ହେବ ଜନ୍ମ ପ୍ରମାଣପତ୍ର

ନୂଆଦିଲ୍ଲୀ : ଏଣିକି ଜନ୍ମ ପ୍ରମାଣପତ୍ରରେ ସମସ୍ତ ଜରୁରୀ କାମ ହୋଇପାରିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ସୂଚନା ଦିଆଯାଇଛି। ଅକ୍ଟୋବର ୧ରୁ ଏହି ନିୟମ ଲାଗୁ ହେବ।

ଖବର ଅନୁଯାୟୀ ଆଧାରରେ ଜନ୍ମ ପ୍ରମାଣପତ୍ର ଏକମାତ୍ର ଡକ୍ୟୁମେଣ୍ଟ ଯାହାକି ସମସ୍ତ କାର୍ଯ୍ୟରେ ପରିଚୟପତ୍ର ଭାବେ ବ୍ୟବହାର ହୋଇପାରିବ। ଶିକ୍ଷାନୁଷ୍ଠାନରେ ନାମଲେଖା ଠାରୁ ଆରମ୍ଭ କରି ଆଧାର ଅପ୍‌ଡେଟ୍‌, ଭୋଟର ତାଲିକା ସଂଶୋଧନ, ଡ୍ରାଇଭିଂ ଲାଇସେନ୍ସ, ବିବାହ ପଞ୍ଜୀକରଣ ଓ ଅନ୍ୟ ସରକାରୀ କାର୍ଯ୍ୟ ପାଇଁ ବ୍ୟବହାର କରିହେବ। କେବଳ ସେତିକି ନୁହେଁ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାର ଲାଭ ପାଇବା ପାଇଁ ଏହାକୁ ବ୍ୟବହାର କରାଯାଇପାରିବ। ଅକ୍ଟୋବର ୧ରୁ ଏହି ନିୟମ ଲାଗୁ ହେବ ବୋଲି କେନ୍ଦ୍ର ସରକାର କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button