ତିନି ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି

ଭୋଗରାଇ : ବାଲେଶ୍ୱର ଜିଲ୍ଲାର କମର୍ଦ୍ଦା ଥାନା ଅନ୍ତର୍ଗତ ମହାଗବ ଅଞ୍ଚଳର ବାସୁଳୀ ମନ୍ଦିର, ତାରିଣୀ ମନ୍ଦିର ଓ ମଙ୍ଗଳା ମନ୍ଦିରରୁ ଚୋରି ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସମେତ ଆସବାବପତ୍ର ଲୁଟି ନେଇଛନ୍ତି। ଆଜି ସକାଳେ ମନ୍ଦିରର ପୂଜକ ଓ ସ୍ଥାନୀୟ ଲୋକେ ମନ୍ଦିରକୁ ଆସି ଫାଟକ ଖୋଲାଥିବା ଓ ତାଲା ଭାଙ୍ଗି ତଳେ ପଡ଼ିଥିବାର ଦେଖି କମର୍ଦ୍ଦା ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *

Back to top button