ଆମ ଆଦମୀ ପାର୍ଟିକୁ ଜାତୀୟ ଦଳର ମାନ୍ୟତା

ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟିକୁ ଜାତୀୟ ଦଳର ମାନ୍ୟତା ମିଳିଛି। ତୃଣମୂଳ କଂଗ୍ରେସ, ସିପିଆଇ ଓ ଏନସିପି ଠାରୁ ଜାତୀୟ ଦଳର ମାନ୍ୟତା ପ୍ରତ୍ୟାହାର କରାଯାଇଛି। ଭାରତର ନିର୍ବାଚନ କମିଶନ ଏହି ଘୋଷଣା କରିଛନ୍ତି। ଏହାଛଡ଼ା ନିର୍ବାଚନ କମିଶନ ଆନ୍ଧ୍ରପ୍ରଦେଶର ଭାରତ ରାଷ୍ଟ୍ରୀୟ ସମିତି ଓ ରାଷ୍ଟ୍ରୀୟ ଲୋକ ଦଳ ଠାରୁ ମଧ୍ୟ ଆଞ୍ଚଳିକ ଦଳର ମାନ୍ୟତା ପ୍ରତ୍ୟାହାର କରିନେଇଛନ୍ତି।

ନିର୍ବାଚନ କମିଶନ ସୂଚନା ଅନୁଯାୟୀ ଏହି ଦଳ ଗୁଡ଼ିକ ନିର୍ବାଚନରେ ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିବାରୁ ମାନ୍ୟତା ପ୍ରତ୍ୟାହାର କରାଯାଇଛି । ଏହି ଦଳଗୁଡିକୁ ୨ଟି ଲୋକସଭା ନିର୍ବାଚନ ଓ ୨୧ ରାଜ୍ୟ ବିଧାନସଭା ନିର୍ବାଚନରେ ପର୍ଯ୍ୟାପ୍ତ ସୁଯୋଗ ମିଳିଥିଲା । ଆଉ ପ୍ରଦର୍ଶନକୁ ଆଧାରକରି ସମୀକ୍ଷା କରାଯିବା ପରେ ଜାତୀୟ ଦଳର ମାନ୍ୟତା ପ୍ରତ୍ୟାହାର କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button