ଦୁଇ ବର୍ଷରେ ୬ଟି ଇଣ୍ଟରନାଲ୍‌ ଓ ୨ଟି ବାର୍ଷିକ ପରୀକ୍ଷା

ଭୁବନେଶ୍ୱର : ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ସଂସ୍କାର ନୂଆ ନୀତିରେ ଆଜି ରାଜ୍ୟ ସରକାରଙ୍କ ମୋହର ବାଜିଛି। ମହାବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀଙ୍କ ପରଫର୍ମାନ୍ସ ରେକର୍ଡ ସଂଗ୍ରହ ହେବ। ଚଳିତ ବର୍ଷାଠାରୁ ଏହି ଢ଼ାଞ୍ଚାରେ ପରୀକ୍ଷା ହେବ।

ଖବର ଅନୁଯାୟୀ ଦୁଇବର୍ଷ ମଧ୍ୟରେ ୬ଟି ଇଣ୍ଟରନାଲ୍‌ ଓ ଦୁଇଟି ବାର୍ଷିକ ପରୀକ୍ଷା ଏବଂ ତିନିମାସକୁ ଥରେ ୨୦ ମାର୍କ ବିଶିଷ୍ଟ ଇଣ୍ଟରନାଲ୍ ପରୀକ୍ଷା ହେବା। ଏହି ପରୀକ୍ଷାରେ କିପରି ପ୍ରଶ୍ନ ଆସିବ ତାହା ମଧ୍ୟ ସ୍ପଷ୍ଟ କରାଯାଇଛି। ୬ଟି ୧ ମାର୍କ ବିଶିଷ୍ଟ ପ୍ରଶ୍ନ ଅତି ସଂକ୍ଷିପ୍ତରେ ଆସିବ। ୨ ମାର୍କ ବିଶିଷ୍ଟ ୪ଟି ସଂକ୍ଷିପ୍ତ ପ୍ରଶ୍ନ ରହିବ। ଯେଉଁଥିରୁ ପରୀକ୍ଷାର୍ଥୀ ତିନିଟିର ଉତ୍ତର ଦେବେ। ୪ ମାର୍କ ବିଶିଷ୍ଟ ୩ଟି ପ୍ରଶ୍ନରୁ ୨ଟିର ଉତ୍ତର ରଖିବେ ପରୀକ୍ଷାର୍ଥୀ। ପ୍ରଶ୍ନ ପଢି ବୁଝିବା ଲାଗି ଅତିରିକ୍ତ ୫ ମିନିଟ୍‌ ସମୟ ଦିଆଯିବ। ମୋଟ୍‌ ୪୫ ମିନିଟ୍‌ର ପରୀକ୍ଷା ହେବ। ଏହି ପଦ୍ଧତିରେ ପରୀକ୍ଷା କରାଇବାକୁ ଉଚ୍ଚ ମାଧ୍ୟମିକ ପରିଷଦ ମହାବିଦ୍ୟାଳୟ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ଏହାସହ ପ୍ରଥମ ବର୍ଷର ବାର୍ଷିକ ପରୀକ୍ଷା ମଧ୍ୟ କଲେଜ ସ୍ତରରେ ହେବ।

ସିଏଚ୍ଏସ୍ଇ କେବଳ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ପରିଚାଳନା କରିବ। କଲେଜ ସ୍ତରରେ ହେଉଥିବା ପରୀକ୍ଷା ଫଳକୁ ଅନ୍‌ ଲାଇନ ଜରିଆରେ ସିଏଚ୍‌ଏସ୍‌ଇକୁ ପଠେଇବେ। ଯାହାକୁ ରେକର୍ଡ ଭାବେ ରଖାଯିବ। ଭବିଷ୍ୟତରେ ମହାମାରୀ ପରିସ୍ଥିତିରେ ପରୀକ୍ଷା ବାତିଲ ହେଲେ ଏସବୁ ପରୀକ୍ଷା ଆଧାରରେ ମାର୍କ ଦିଆଯିବ। ପ୍ରଥମ ବର୍ଷର କୋର୍ସ ଦ୍ୱିତୀୟ ବର୍ଷରେ ଆସିବନାହିଁ। ସେହିପରି ଗତବର୍ଷ ଭଳି ଏବର୍ଷ ମଧ୍ୟ ୩୦ ପ୍ରତିଶତ କମ ସିଲାବସ୍‌ରେ ଶିକ୍ଷାଦାନ ହେବ।

Leave a Reply

Your email address will not be published. Required fields are marked *

Back to top button