ସହମତିରେ ଶାରୀରିକ ସମ୍ପର୍କ ପରେ ମହିଳା ଆଣିପାରିବେନି ଦୁଷ୍କର୍ମ ଅଭିଯୋଗ

ବେଙ୍ଗାଲୁରୁ : ଉଭୟଙ୍କ ସହମତିରେ ୬ ବର୍ଷ ଶାରୀରିକ ସମ୍ପର୍କ ରଖିବା ପରେ ଏହାକୁ ଦୁଷ୍କର୍ମ କୁହାଯାଇପାରିବ ନାହିଁ। ବେଙ୍ଗାଲୁରୁର ଜଣେ ମହିଳା ଆଣିଥିବା ୨ଟି ଅପରାଧିକ ମାମଲାକୁ କର୍ଣ୍ଣାଟକ ହାଇକୋର୍ଟ ଖାରଜ କରିବା ସହିତ ଏହି ନିଷ୍ପତ୍ତି ଶୁଣାଇଛନ୍ତି।

ଖବର ଅନୁଯାୟୀ ବେଙ୍ଗାଲୁରୁର ମହିଳା ଜଣଙ୍କ ଜଣେ ବ୍ୟକ୍ତିଙ୍କ ସହିତ ୬ ବର୍ଷ ସହମତିରେ ଶାରୀରିକ ସମ୍ପର୍କ ରଖିଥିଲେ। କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ ମତପାର୍ଥକ୍ୟ ସୃଷ୍ଟି ହେବାରୁ ମହିଳା ଜଣକ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରି କୋର୍ଟ କହିଥିଲେ ଉଭୟଙ୍କ ସହମତିରେ ୬ ବର୍ଷ ଶାରୀରିକ ସମ୍ପର୍କ ରଖିବା ପରେ ଯଦି ଏଥିରେ ଘନିଷ୍ଠତା ରହୁ ନାହିଁ ଏହାର ଅର୍ଥ ନୁହେଁ ଯେ ଏହାକୁ ଦୁଷ୍କର୍ମ କୁହାଯିବ। ଏହାଛଡା ମହିଳାଙ୍କ ଅଭିଯୋଗକୁ ଖାରଜ କରିଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button