ପାକ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ୩ ବର୍ଷ ଜେଲ୍

ନୂଆଦିଲ୍ଲୀ : ଦୁର୍ନୀତି ମାମଲାରେ ଇସଲାମାବାଦ ଟ୍ରାଏଲ କୋର୍ଟ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ୫ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବା ଉପରେ ମଧ୍ୟ ଲାଗିଛି ରୋକ୍‌।

ଖବର ଅନୁଯାୟୀ ଇମ୍ରାନ ଖାନ୍‌ ପ୍ରଧାନମନ୍ତ୍ରୀ ଥିବା ସମୟରେ ବିଦେଶୀ ମାନ୍ୟଗଣଙ୍କଠାରୁ ପାଇଥିବା ଦାମୀ ଉପହାରକୁ ସେ ବେଆଇନ୍‌ ଭାବେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା। ଏଥିରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ଉପହାର ମଧ୍ୟରେ ଏକ ରାଜ ପରିବାର ଦେଇଥିବା ଘଣ୍ଟା ଅନ୍ତର୍ଭୁକ୍ତ। ସରକାରୀ ଅଧିକାରୀଙ୍କ ସୂଚନା ଇମ୍ରାନଙ୍କ ସହାୟକମାନେ ଦୁବାଇରେ ଏହାକୁ ବିକ୍ରି କରିଥିଲେ।

Leave a Reply

Your email address will not be published. Required fields are marked *

Back to top button