ବଦ୍ରିନାଥ ଆଖପାଖରେ ଇଦ୍ ପାଳନ ହେବନି

ଚମୋଲି : ଉତ୍ତରାଖଣ୍ଡର ବଦ୍ରିନାଥ ଧାମ ଆଖପାଖ ଅଞ୍ଚଳରେ ଇଦ୍ ପାଳନ କରାଯିବ ନାହିଁ। ବଦ୍ରିନାଥ ଧାମର ପଣ୍ଡା-ପୁରୋହିତଙ୍କ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ନିଆଯାଇଛି। ନିଷ୍ପତ୍ତି ଅନୁଯାୟୀ ଯୋଶୀମଠ ପରେ ଇଦ୍ ପର୍ବ ପାଳନ କରାଯିବ ନାହିଁ।

ଖବର ଅନୁଯାୟୀ ବଦ୍ରିନାଥ ଧାମରେ ଗତବର୍ଷ ପର୍ଯ୍ୟନ୍ତ ଇଦ୍ ପାଳିତ ହେଉଥିଲା। କିନ୍ତୁ ଏଥର ଯୋଶୀମଠ ପରେ ଇଦ୍ ପର୍ବ ପାଳନ କରାଯିବ ନାହିଁ। ଶ୍ରୀ ବଦ୍ରିନାଥ ଧାମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ହିନ୍ଦୁ ସଂଗଠନ ସହିତ ପୋଲିସ, ବଦ୍ରିନାଥ ବ୍ୟବସାୟ ସଂଗଠନ, ପଣ୍ଡା-ପୁରୋହିତ, ତୀର୍ଥ ପୁରୋହିତ, ଠିକାଦାର ଓ ଧାମରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନେ ଯୋଗ ଦେଇଥିଲେ। ବୈଠକରେ ସେବାୟତମାନେ ବଦ୍ରିନାଥ ଧାମରେ ଇଦ୍ ନମାଜ ପାଠ ନ କରିବାକୁ ଦାବି କରିଥିଲେ। କାରଣ ଧାର୍ମିକ ବିଶ୍ୱାସ ଅନୁସାରେ ଏଠାରେ ଇଦ୍ ନମାଜ ପଢ଼ିବାର ପରମ୍ପରା ନାହିଁ। ତେଣୁ ଅଣହିନ୍ଦୁଙ୍କ ସହ କଥା ହେବାକୁ ପୋଲିସ ପ୍ରଶାସନକୁ କୁହାଯାଇଥିଲା। ତେବେ ଅଣହିନ୍ଦୁମାନେ ପ୍ରସ୍ତାବରେ ରାଜି ହୋଇ ଧାନ ନିକଟରେ ନମାଜ ପାଠ କରିବେନି କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button