ସବୁସମ୍ପତ୍ତି ପିଲାଙ୍କ ନାଁ’ରେ କଲେ ମୋ ଭଳି ରାସ୍ତାକୁ ଆସିବେ : ବିଜୟପତ ସିଂଘାନିଆ

ମୁମ୍ବାଇ : ପତ୍ନୀ ନୱାଜ ମୋଦୀ ସିଂଘାନିଆଙ୍କଠାରୁ ରେମଣ୍ଡ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ସିଂଘାନିଆ ଅଲଗା ହୋଇଛନ୍ତି। ୩୨ ବର୍ଷ ଏକା‌ଠି ରହିବା ପରେ ଏହି ଘଟଣା ଘଟିଛି। କେବଳ ସେତିକି ନୁହେଁ ସିଂଘାନିଆ ବାପା-ପୁଅ ବିବାଦ ମଧ୍ୟ ଚର୍ଚ୍ଚାରେ ରହିଛି।

janatakhabar.in

ଖବର ଅନୁଯାୟୀ ୨୦୧୫ରେ ବିଜୟପତ ସିଂଘାନିଆ କମ୍ପାନିର ୩୭ ପ୍ରତିଶତ କଂଟ୍ରୋଲିଂ ଷ୍ଟାକକୁ ପୁଅ ଗୌତମଙ୍କ ନାଁରେ କରିଦେଇଥିଲେ। ତା’ପରଠାରୁ ବିବାଦ ଆରମ୍ଭ ହୋଇଥିଲା। ଏ ସମ୍ପର୍କରେ
ବିଜୟପତ କହିଛନ୍ତି ମୁଁ ପୁଅ ଗୌତମ ନାମରେ ସମ୍ପତ୍ତି କରିଦେବା ପରେ ସେ ମୋତେ ଅଫିସ ଓ ବାସଭବନରୁ ବାହାର କରି ଦେଇଥିଲା। ପୁଅ ନାଁରେ ସବୁ ସମ୍ପତ୍ତି କରି ମୁଁ ଭୁଲ କରିଦେଇଛି। ସେ ଏବେ ତାର ସ୍ତ୍ରୀ ନୱାଜ ମୋଦୀଙ୍କୁ ମଧ୍ୟ ଘରୁ ବାହାର କରି ଦେଇଛି। ମୁଁ ମୋ ବୋହୂ ସହିତ ଅଛି। ମୋ ଦ୍ଵାରା ଯାହା ହୋଇ ପାରିବ ମୁଁ ବୋହୂଙ୍କୁ ସାହାଯ୍ୟ କରିବି।

ସେ କହିଛନ୍ତି ବୋହୂ ଭରଣପୋଷଣ ପାଇଁ ଗୌତମ ସମ୍ପତ୍ତିର ୭୫ପ୍ରତିଶତ ଦାବି କରିଛନ୍ତି। ଏହାକୁ ଗୌତମ ସମର୍ଥନ କରିଥିବା ଖବର ପାଇଛି। କିନ୍ତୁ ମୁଁ ଭଲଭାବେ ଜାଣିଛି ସେ ବୋହୂକୁ ଟଙ୍କାଟିଏ ଦେବନାହିଁ। ପୁଅକୁ ସବୁ ସମ୍ପତ୍ତି ଦେଇଦେବା ପରେ ମୁଁ ବହୁତ କଷ୍ଟରେ ଦିନ କାଟୁଛି। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ ପିଲାଙ୍କ ପାଇଁ ଯାହା ଇଚ୍ଛା କରି ଯାଆନ୍ତୁ କିନ୍ତୁ ବଞ୍ଚିଥିଲା ପର୍ଯ୍ୟନ୍ତ ସମତ୍ତିକୁ କେବେ ତାଙ୍କ ନାଁରେ କରନ୍ତୁ ନାହିଁ। କାରଣ ମଲାପରେ ସବୁ ସମ୍ପତ୍ତି ପିଲାଙ୍କର ହିଁ ହେବ।

Leave a Reply

Your email address will not be published. Required fields are marked *

Back to top button