ମୋକିମ ଓ ଚିରଞ୍ଜିବୀଙ୍କ ନିଲମ୍ବନ ପରେ ଦଳୀୟ ନେତାଙ୍କ ଟାର୍ଗେଟରେ ପିସିସି ସଭାପତି

ଭୁବନେଶ୍ଵର : ଦଳବିରୋଧୀ କାର୍ଯ୍ୟ ପାଇଁ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଂଜୀବ ବିଶ୍ଵାଳଙ୍କୁ ଅଖିଳ ଭାରତୀୟ କଂଗ୍ରେସ କମିଟି ନିଲମ୍ବନ କରିଛି। ଏହାକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ବିରୋଧରେ ଉଠିଛି ସ୍ଵର। ଦଳର ସାଧାରଣ ସମ୍ପାଦକ ନାରାୟଣ ଜେନା ଓ ମୁଖପାତ୍ର ନରେଶ ଜେନା ତାଙ୍କୁ ଟାର୍ଗେଟ କରିଛନ୍ତି।

ନାରାୟଣ ଜେନାଙ୍କ ଅଭିଯୋଗ ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ଵାଳଙ୍କୁ ଦଳରୁ ନିଲମ୍ୱନ କରିବା ପଛରେ ଶରତ ପଟ୍ଟନାୟକ, ଚେଲା କୁମାର ଓ ବିଜୟ ପଟ୍ଟନାୟକଙ୍କ ହାତ ରହିଛି। ଏହାକୁ ସାଧାରଣ କଂଗ୍ରେସ କର୍ମୀ ଗ୍ରହଣ କରିପାରି ନାହାନ୍ତି। ଶରତ ପଟ୍ଟନାୟକ ଦଳୀୟ ସଂଗଠନ ଭାଙ୍ଗି ଦଳକୁ ନିଶ୍ଚିହ୍ନ କରିବାକୁ ଯୋଜନା କରିଛନ୍ତି। ଆଉ ଦଳକୁ ବିଜେପି ହାତକୁ ଟେକି ଦେବାକୁ ଚାଲ କରୁଛନ୍ତି। ଉଭୟ ଶରତ ଓ ବିଜୟ ଦଳକୁ ଶେଷ କରିବା ପାଇଁ ଆସିଛନ୍ତି। ତେଣୁ ଉଭୟଙ୍କୁ ଦଳରୁ ବିତାଡ଼ିତ କରିବା ପାଇଁ କଂଗ୍ରେସ କର୍ମୀମାନେ ଏକାଠି ହେବା ପାଇଁ ଆହ୍ଵାନ ଦିଆଯାଇଛି। ଖୁବ୍ ଶୀଘ୍ର ଏକ ଟିମ୍ ଦିଲ୍ଲୀ ଯାଇ ଏ ସମ୍ପର୍କରେ ଏଆଇସିସିକୁ ଅବଗତ କରିବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button