୨୪ରେ ବାଇଡେନ-ମୋଦି ବୈଠକ

ନୂଆଦିଲ୍ଲୀ : ସେପ୍ଟେମ୍ବର ୨୪ରେ ଆମେରିକାରେ ହ୍ୱାଇଟହାଉସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ। ଭାରତ-ଆମେରିକା ମଧ୍ୟରେ ସୃଷ୍ଟି ହୋଇଥିବା ସୁସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ଏହି ବୈଠକର ଆୟୋଜନ କରାଯାଇଛି।

ଏହି ବୈଠକର ବିଭିନ୍ନ ପ୍ରସଙ୍ଗ ଆଲୋଚନା ହେବ। ଆମେରିକା ଉପ ରାଷ୍ଟ୍ରପତି କମଳା ହ୍ୟାରିସ ସେପ୍ଟେମ୍ବର ୨୩ରେ ମୋଦିଙ୍କୁ\ସାକ୍ଷାତ କରିବେ। ପ୍ରଥମଥର ପାଇଁ ରାଷ୍ଟ୍ରପତି ବାଇଡେନ ହ୍ୱାଇଟହାଉସରେ ଇନ୍ ପର୍ସନ ଦ୍ୱିପାକ୍ଷିକ ବୈଠକ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କରିବେ। ପୂର୍ବରୁ ଅର୍ଥାତ ଏପ୍ରିଲ ୨୬ରେ ମୋଦି ଓ ବାଇଡେନ ଫୋନରେ କଥାବାର୍ତ୍ତା ହୋଇଥିଲେ।

ସୂଚନାଯୋଗ୍ୟ ୨୦୧୯ରେ ଶେଷଥର ପାଇଁ ମୋଦି ଆମେରିକା ଗସ୍ତ କରିଥିଲେ। ଏହି ସମୟରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମିଶି ହାୱଡି ମୋଦି କାର୍ଯ୍ୟକ୍ରମକୁ ସମ୍ବୋଧନ କରିଥିଲେ। ଏବେ ପୁଣି ଆମେରିକା ଗସ୍ତ କରିବେ। ସେପ୍ଟେମ୍ବର ୨୪ରେ ଆମେରିକା ପକ୍ଷରୁ ଆୟୋଜିତ କ୍ୱାଡ ବୈଠକରେ ମୋଦି ଯୋଗଦେବେ। ମୋଦିଙ୍କ ବ୍ୟତୀତ ଏହି ବୈଠକରେ ଜାପାନ ପ୍ରଧାନମନ୍ତ୍ରୀ ୟୋଶିଡିଡେ ସୁଗା ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ସାମିଲ ହେବେ।

Leave a Reply

Your email address will not be published. Required fields are marked *

Back to top button