ସୀମାଙ୍କ ବୟାନରେ ସନ୍ଦେହ ବଢ଼ିଲା : ମିଛଧରା ପରୀକ୍ଷା ହେବ

ନୂଆଦିଲ୍ଲୀ : ସଚିନଙ୍କ ପ୍ରେମରେ ପଡି ପାକିସ୍ତାନୀରୁ ଭାରତ ପଳାଇ ଆସିଥିବା ସୀମା ହାଇଦରଙ୍କ ପାଇଁ ଉତ୍ତେଜନା ବଢ଼ିବାର ଆଶଙ୍କା ରହିଛି। ସେଥିପାଇଁ ୟୁପି ଏଟିଏସ୍ ପୁଣି ଥରେ ପଚରାଉଚରା ପାଇଁ ସୀମାକୁ ଅଜଣା ସ୍ଥାନକୁ ନେଇଛି ।

ଖବର ଅନୁଯାୟୀ ସଚିନ-ସୀମା ହାଇଦରଙ୍କ ପ୍ରେମ କାହାଣୀର ଚର୍ଚ୍ଚା ଏବେ ସାରା ବିଶ୍ୱରେ ହେଉଥିବା ବେଳେ ସୀମାଙ୍କୁ ପାକିସ୍ତାନ ଫେରାଇବାକୁ ଅନେକ ଦାବି ହୋଇସାରିଛି। ସୀମା ପାକିସ୍ତାନ ନଫେରିବାରୁ ସେଠାରେ ମନ୍ଦିର ଉପରେ ଆକ୍ରମଣ ଆରମ୍ଭ ହୋଇଛି। କିନ୍ତୁ ଅଭିଯୋଗ ହେଉଛି ସୀମା ଜଣେ ପାକିସ୍ତାନୀ ଗୁପ୍ତଚର। ସେଥିପାଇଁ ୟୁପି ଏଟିଏସ୍ ଟିମ୍ ପଚରାଉଚରା ପାଇଁ ସୀମାଙ୍କୁ ସଚିନଙ୍କ ସହ ଉଠାଇ ନେଇଛି। ପଚରାଉଚରା ପରେ ସୀମା ଦେଉଥିବା ବୟାନ ଉପରେ ୟୁପି ଏଟିଏସ ବିଶ୍ଵାସ କରିନପାରି ସନ୍ଦେହ କରୁଛି। ତୁମେ କିପରି ଭାରତ ଆସିଲ ପ୍ରଶ୍ନରେ ସେ ଆଶ୍ଚର୍ଯ୍ୟ କଲାଭଳି ଉତ୍ତର ଦେଇଥିଲେ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ସୀମା କହିଥିଲେ ୟୁଟ୍ୟୁବ ମାଧ୍ୟମରେ ଭାରତ କେମିତି ଆସିବେ ସେ ବିଷୟରେ ସୂଚନା ସଂଗ୍ରହ କରିଥିଲେ। ହେଲେ ତାଙ୍କର ଏହି କଥାକୁ ଏଟିଏସ ବିଶ୍ଵାସ କରୁନଥିବାରୁ ସୀମାଙ୍କର ମିଛଧରା ପରୀକ୍ଷା ହେବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button