ଅକ୍ଟୋବର ୧୦ରେ ବସ୍‌ ଧର୍ମଘଟ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଘରୋଇ ବସ୍‌ ମାଲିକ ସଂଘ ବସ୍‌ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛି। ଆସନ୍ତା ମାସ ୧୦ ତାରିଖରେ ସାରା ରାଜ୍ୟରେ ବସ୍‌ ଧର୍ମଘଟ ହେବ। ଅକ୍ଟୋବର ୨ ତାରିଖରେ ମାଲକାନଗିରିରୁ ‘ଲକ୍ଷ୍ମୀ’ ଯୋଜନାର ଶୁଭାରମ୍ଭ ହେବ। ସେହିଦିନ ଅବିଭକ୍ତ କୋରାପୁଟ ଜିଲ୍ଲାରେ ବସ୍‌ ଚଳାଚଳ ବନ୍ଦ ରହିବ।

ଖବର ଅନୁଯାୟୀ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଲକ୍ଷ୍ମୀ ଯୋଜନାରେ ବସ୍‌ ନକଣି ଆମ ବସ୍‌ ଗୁଡ଼ିକୁ ଲିଜ୍‌ରେ ନେଇ ଚଲାଇବାକୁ କହିଥିଲୁ। ହେଲେ ରାଜ୍ୟ ସରକାର ଏହା ଉପରେ କିଛି ବିଚାର ନକରି ଲକ୍ଷ୍ମୀ ଯୋଜନାରେ ବସ୍‌ ସେବା ଆରମ୍ଭ କରିବାକୁ ଯାଉଛନ୍ତି। ସରକାର ଲକ୍ଷ୍ମୀ ଯୋଜନାରେ ବସ୍‌ ଚଲାଇଲେ ଆମେ କେଉଁଠି ବସ୍‌ ଚଲାଇବୁ ? ସରକାର ଆମକୁ ବରବାଦ କରିବା ପାଇଁ ଯୋଜନା କରୁଛନ୍ତି। ମୋ’ ବସ୍‌ ଓ ଲକ୍ଷ୍ମୀ ବସ୍‌ ପାଇଁ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌ ନଆସିଲା ପର୍ଯ୍ୟନ୍ତ ବସ୍‌ ଧର୍ମଘଟ ହେବ ବୋଲି ଶ୍ରୀ ସାହୁ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button