ଅସୁସ୍ଥ ପତ୍ନୀଙ୍କୁ ଟ୍ରଲିରେ ବୋହିଲେ ସ୍ୱାମୀ

ବାରିପଦା : ଅସୁସ୍ଥ ପତ୍ନୀଙ୍କୁ ଟ୍ରଲିରେ ଟାଣି ଡାକ୍ତରଖାନା ନେଲେ ସ୍ୱାମୀ। ଡାକ୍ତରଙ୍କୁ ଦେଖାଇବା ପରେ ପୁଣି ଟ୍ରଲି ଘରକୁ ଫେରିଲେ। ଏହାର ଭିଡିଓ ଭାଇରାଲ୍ ହୋଇଛି।

ଖବର ଅନୁଯାୟୀ ମୟୁରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଲକ୍ ଭଣ୍ଡାରିଶୋଳ ଗାଁର ବିଶ୍ଵନାଥ ହାଁସଦାଙ୍କ ପତ୍ନୀ ଆଜି ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିବାବେଳେ ଏକ ପାଣି ଭର୍ତ୍ତି ଖାଲରେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ମହିଳାଙ୍କୁ ଉଦ୍ଧାର କରିଥିଲେ। ହେଲେ ପତ୍ନୀଙ୍କ ଦେହ ଅସୁସ୍ଥ ହେବାରୁ ବିଶ୍ଵନାଥ ଏକ ଟ୍ରଲିରେ ତାଙ୍କୁ ନିକଟସ୍ଥ ଏକ ବେସରକାରୀ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଚିକିତ୍ସା କରାଇ ଟ୍ରଲିରେ ଘରକୁ ନେଇଥିଲେ। ବିଶ୍ଵନାଥଙ୍କର ଦୁଇପୁଅ ଥିଲେ ମଧ୍ୟ ସହାୟତା କରିବାକୁ ନ ଆସିବାରୁ ପ୍ରବଳ ବର୍ଷାରେ ଏକ ପଲିଥିନରେ ଅସୁସ୍ଥ ପତ୍ନୀଙ୍କୁ ଘୋଡ଼ାଇ ଟ୍ରଲି ଟାଣି ନେଇଥିଲେ।

Leave a Reply

Your email address will not be published. Required fields are marked *

Back to top button