ଯୁବକଙ୍କୁ ତଣ୍ଟି କାଟି ହତ୍ୟା

ଅନୁଗୁଳ : ପୁରୁଣାକୋଟ ଥାନା ଅଞ୍ଚଳରେ ଜଣେ ଯୁବକଙ୍କ ତଣ୍ଟି କାଟି ହତ୍ୟା କରାଯାଇଥିବା ଜଣାଯାଇଛି।

ଖବର ଅନୁଯାୟୀ ପୁରୁଣାକୋଟ ଥାନା ଓଲାବିର ଅଞ୍ଚଳର ବିଷ ପ୍ରଧାନ ନାମକ ଜଣେ ବ୍ୟକ୍ତି ଗତକାଲି କନ୍ଦମୂଳ ଫସଲ ଜଗିବାକୁ ବିଲକୁ ଯାଇଥିଲେ। ସେଠାରେ ସେ ମଞ୍ଚା ବାନ୍ଧି ରହିଥିବ ବେଳେ ବିଳମ୍ବିତ ରାତିରେ କେହି ତଣ୍ଟି କାଟି ଦେଇଥିଲା। ସେ ଚିତ୍କାର କରିବା ସହିତ ରକ୍ତ ଜୁଡ଼ୁବୁଡ଼ୁ ହୋଇ ଘରକୁ ଫେରିବା ବାଟରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘର ଲୋକ ଆସିବା ବେଳକୁ ହତ୍ୟାକାରୀ ଫେରାର ହୋଇ ଯାଇଥିଲା। ଖବର ପାଇପୋଲିସ ସକାଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କିଏ ଓ କାହିଁକି ହତ୍ୟା କଲା ତାହା ସ୍ପଷ୍ଟ ହୋଇ ନାହିଁ।

Leave a Reply

Your email address will not be published. Required fields are marked *

Back to top button