ଗର୍ଡର ଲଞ୍ଚିଂ ମେସିନ ଖସିବାରୁ ୧୬ ଶ୍ରମିକ ମୃତ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ସାହାପୁର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିବାରୁ ୧୬ ଶ୍ରମିକଙ୍କ ଜୀବନ ଯାଇଛି।

ଖବର ଅନୁଯାୟୀ ମୁମ୍ବାଇକୁ ନାଗପୁର ସହ ସଂଯୋଗ କରୁଥିବା ରାଜପଥ କାମରେ ନିୟୋଜିତ ଗର୍ଡର ଲଞ୍ଚିଂ ମେସିନ୍ ଶ୍ରମିକଙ୍କ ଉପରେ ଖସି ପଡ଼ିଥିଲା। ଫଳରେ ଶ୍ରମିକମାନେ ଚାପି ହୋଇ ଯାଇଥିଲେ। ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିଲେ ହେଁ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇପାରି ନ ଥିଲା। ତେଣୁ ଏନଡିଆରଏଫର ୨ଟି ଟିମ୍‌ ଘଟଣାସ୍ଥଳକୁ ପଠା ଯାଇଥିଲା। ସେମାନେ ମେଶିନ ତଳୁ ୧୬ ମୃତଦେହ ବାହାର କରିଥିବା ବେଳେ ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି। ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି।

Leave a Reply

Your email address will not be published. Required fields are marked *

Back to top button