କରମଣ୍ଡଳ ଦୁର୍ଘଟଣା : ବିନା ଟିକେଟ ଯାତ୍ରୀଙ୍କୁ ମିଳିବ କ୍ଷତିପୂରଣ

ନୂଆଦିଲ୍ଲୀ : ଓଡ଼ିଶାର ବାଲେଶ୍ୱରର ବାହାନଗାରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଛି। ୩୮୨ ଆହତ ବ୍ୟକ୍ତି ଏବେ ରାଜ୍ୟର ବିଭିନ୍ନ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ଏହି ଦୁର୍ଘଟଣା ଅନେକ ପରିବାରକୁ ଧ୍ୱଂସ କରିଦେଇଛି। କେହି ଭାଇକୁ ଆଉ କିଏ ନିଜ ବାପାଙ୍କୁ ହରାଇଛି। ସେହିପରି କେହି ନିଜ ପରିବାରର ସମ୍ପର୍କୀୟମାନଙ୍କୁ ହରାଇଥିବା ବେଳେ କିଏ ଏବେ ମେଡିକାଲରୁ ମେଡିକାଲ ବୁଲି ନିଜ ବନ୍ଧୁ-ପରିଜନଙ୍କୁ ଖୋଜୁଛି। ରେଳ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲେ ମୃତକଙ୍କ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୨ ଲକ୍ଷ ଟଙ୍କା ଓ ସାଧାରଣ ଆହତଙ୍କୁ ୫୦ ହଜାର ଟଙ୍କା ଦିଆଯିବ।

ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ବିନା ଟିକେଟରେ ଯେଉଁମାନେ ଯାତ୍ରା କରି ଦୁର୍ଘଟଣାର ଶିକାର ହୋଇଛନ୍ତି ସେମାନଙ୍କୁ କ୍ଷତିପୂରଣ ଦିଆଯିବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହା କରାଯିବ। ରେଳ ମୁଖପାତ୍ର ଅମିତାଭ ଶର୍ମା କହିଛନ୍ତି ଯାତ୍ରୀଙ୍କ ଟିକେଟ୍ ଥାଉ କି ନଥାଉ ସେମାନଙ୍କୁ କ୍ଷତିପୂରଣ ଦିଆଯିବ। ଅନ୍ୟପଟେ ରେଲୱେ ବୋର୍ଡର ସଦସ୍ୟା ଜୟା ବର୍ମା ସିହ୍ନା କହିଛନ୍ତି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ପ୍ରତ୍ୟେକ ଆହତ ଯାତ୍ରୀ ପାଖରେ ଜଣେ ସ୍କାଉଟ୍ କିମ୍ବା ଗାଇଡ ଅଛନ୍ତି। ସେମାନେ ସମ୍ପର୍କୀୟଙ୍କୁ ଖୋଜିବାରେ ସାହାଯ୍ୟ କରୁଛନ୍ତି।

Leave a Reply

Your email address will not be published. Required fields are marked *

Back to top button