ବୋଲ୍ଡ ଫଟୋ ସୁଟ୍‌ କରି ଚର୍ଚ୍ଚାରେ ନିହାରିକା

ନୂଆଦିଲ୍ଲୀ : ବର୍ତ୍ତମାନ କାଶ୍ମୀରରେ ସହିଦ ମକବୁଲ ଶେରୱାନୀଙ୍କ ଉପରେ ଏକ ଫିଲ୍ମର ସୁଟିଂ ଚାଲିଛି। ଏଥିପାଇଁ କାଶ୍ମୀରରେ ରହିଛନ୍ତି ବଲିଉଡ ଅଭିନେତ୍ରୀ ନିହାରିକା। ସୁଟିଂ ସମୟରେ ସେ ଭଲ ସମୟ ଅତିବାହିତ କରୁଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ଭାରତର ପ୍ରସିଦ୍ଧ ସଂଗୀତଜ୍ଞ ପି ନାୟାରଙ୍କ ନାତୁଣୀ ହେଉଛନ୍ତି ନିହାରିକା। ସେ ୟୁରୋପରେ ବଢିଥିବାରୁ ତାଙ୍କର ମୁଖ୍ୟ ଭାଷା ଫରାସୀ। ୨୦୧୩ ଠାରୁ ନିହାରିକା କ୍ୟାରିଅର୍ ଆରମ୍ଭ କରିଥିଲେ। ତାଙ୍କର ପ୍ରଥମେ ଏକ ବଙ୍ଗୀୟ ଫିଲ୍ମ ଥିଲା ‘ଦାମଦୋଲ୍’। ସେ ଆମେରିକାରୁ ଆକ୍ଟିଂ କୋର୍ସ କରିଥିବା ବେଳେ ବର୍ତ୍ତମାନ ସେ ବଲିଉଡରେ ପାଦ ଦେଇଛନ୍ତି।

ଅଭିନେତା ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ନିହାରିକା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରୋହିତ ଶେଟ୍ଟୀ। ଏଥିରେ କ୍ୟାଟ୍ରିନା କୈଫ, ଅକ୍ଷୟ କୁମାର, ଅଜୟ ଦେବଗନ ଓ ରଣଭୀର ସିଂ ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି। ‘ସୂର୍ଯ୍ୟବଂଶୀ’ ନିହାରିକାଙ୍କ ଜୀବନର ଏକ ବଡ଼ ପ୍ରୋଜେକ୍ଟ। ଏହାପୂର୍ବରୁ ସେ କିଛି ବଡ ମଡେଲିଂ ଶୋ’ର ଅଂଶ ହୋଇଥିଲେ। ୨୦୧୦ ମସିହାରେ ମିସ୍ ୟୁକେ ଟାଇଟଲ୍ ମଧ୍ୟ ସେ ଜିତିଥିଲେ। ତାଙ୍କର ଗ୍ଲାମରସ୍ ଫଟୋ ଚର୍ଚ୍ଚାରେ ରହିଥିଲା।

Leave a Reply

Your email address will not be published. Required fields are marked *

Back to top button