ପେଟ୍ରୋଲ ଓ ଡିଜେଲ ପୁଣି ବଢ଼ିଲା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ୩୦ ପଇସା ଓ ଡିଜେଲର ମୂଲ୍ୟ ୩୫ ପଇସା ବୃଦ୍ଧି ହୋଇଛି। ଗତାକାଲି ମଧ୍ୟ ପେଟ୍ରୋଲ ଓ ଡିଜେଲ ଦାମ ଯଥାକ୍ରମେ ୨୫ ଓ ୩୦ ପଇସା ବଢ଼ିଥିଲା।

ଖବର ଅନୁଯାୟୀ ବୁଧବାର ବର୍ଦ୍ଧିତ ଦର ଲାଗୁ ହେବା ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ୧୦୨.୯୪ ଟଙ୍କା ଓ ଡିଜେଲ ଲିଟର ୯୧.୪୨ ଟଙ୍କା ହୋଇଛି। ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ୧୭ ପଇସା ଓ ଡିଜେଲ ୨୬ ପଇସା ମହଙ୍ଗା ହୋଇଛି। ଫଳରେ ନୂଆ ଦର ଅନୁଯାୟୀ ପେଟ୍ରୋଲ ୧୦୩.୬୯ ଟଙ୍କା ଓ ଡିଜେଲ ଲିଟର ୯୯.୫୭ ଟଙ୍କାରେ ପହଂଚିଛି।

Leave a Reply

Your email address will not be published. Required fields are marked *

Back to top button