ଟ୍ରାକ୍ଟର ଓଲଟି ୨ ମୃତ, ୬ ଗୁରୁତର

ରାୟଗଡା : ଆନ୍ଧ୍ର ପ୍ରଦେଶ ସୀମାନ୍ତ ତାଳଗୁରାଣ୍ଡି ଗାଁ ନିକଟରେ ଟ୍ରାକ୍ଟର ଦୁର୍ଘଟଣା। ଗାଡିଟି ଓଲଟି ପଡ଼ିବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଗୁରୁତର ହୋଇଛନ୍ତି।

ଖବର ଅନୁଯାୟୀ ମୃତକ ଦ୍ୱୟହେଲେ ଗଞ୍ଚାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଗୁଡ଼ିପଦର ଗାଁର ଜଗନ୍ନାଥ ଭୂୟାଁ ଓ ଡେରା ଶବର। ମଙ୍ଗଳବାର ଗୁଡ଼ିପଦର ଗାଁର ପ୍ରାୟ ୧୦/୧୨ ଜଣ ପୁରୁଷ ଓ ମହିଳା ଟ୍ରାକ୍ଟରରେ ଚିକିଟି ବ୍ଲକ୍‌କୁ ଏକ ରାଜନୀତିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। ତାଳଗୁରାଣ୍ଡି ନିକଟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ଜଗନ୍ନାଥ ଓ ଡେରାଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଆହତଙ୍କୁ ଆନ୍ଧ୍ର ପ୍ରଦେଶରେ କାଞ୍ଚିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button