ଅଭିଷେକ ବାନାର୍ଜୀଙ୍କ ପତ୍ନୀ ବିମାନ ବନ୍ଦରରେ ଅଟକ

କୋଲ୍‌କାତା : ତୃଣମୂଳ କଂଗ୍ରେସ ନେତା ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ଆଜି ଇମିଗ୍ରେସନ୍‌ ଅଥରିଟି ଦମ୍‌ଦମ୍‌ ବିମାନ ବନ୍ଦରରେ ଅଟକ ରଖିଛି।

ଖବର ଅନୁଯାୟୀ ପ୍ରବର୍ତ୍ତନ ନିର୍ଦେଶାଳୟ ରୁଜିରାଙ୍କ ନାଁରେ ଲୁକ୍‌-ଆଉଟ୍‌ ସର୍କ୍ୟୁଲାର୍‌ ଜାରି କରିଥିଲା। ଏହି ସର୍କ୍ୟୁଲାର୍‌ରେ ତାଙ୍କ ବିଦେଶ ଯାତ୍ରା ଉପରେ ନିଷେଧାଜ୍ଞା ଜାରି କରାଯାଇଛି। ରୁଜିରାଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ସମନ୍ ଜାରିକ ଦୁଇଦିନ ପରେ ଜେରା କରାଯିବ ବୋଲି ଅବଗତ କରାଇଛି। କିନ୍ତୁ ଆଜି ସେ ପିଲାମାନଙ୍କୁ ନେଇ ଦୁବାଇ ଯିବାକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ବିମାନ ଚଢ଼ାଇ ଦିଆଯାଇନାହିଁ।

ସୂଚନାଯୋଗ୍ୟ ପଶ୍ଚିମବଙ୍ଗ କୋଇଲା ଦୁର୍ନୀତି ମାମଲା‌ରେ ପୂର୍ବରୁ ମଧ୍ୟ ରୁଜିରା ବାନାର୍ଜୀଙ୍କୁ କେନ୍ଦ୍ରୀୟ ଏଜେନ୍‌ସି ଜେରା କରିଛି। ୨୦୨୦ରେ ସିବିଆଇ ଫାଇଲ୍‌ କରିଥିବା ଏଫ୍‌ଆଇଆର୍‌ ସହିତ ପ୍ରବର୍ତ୍ତନ ନିର୍ଦେଶାଳୟର ଏହି ତଦନ୍ତର ସମ୍ପୃକ୍ତି ରହିଛି।

Leave a Reply

Your email address will not be published. Required fields are marked *

Back to top button