ସ୍କୁଲରେ ଶିକ୍ଷୟିତ୍ରୀଙ୍କ ତଣ୍ଟି କାଟିଲା ସ୍ୱାମୀ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଦୁର୍ଗାପାଲି ଗାଁରେ ଜଣେ ଶିକ୍ଷୟିତ୍ରୀଙ୍କ ତଣ୍ଟି କାଟିଦେଲେ ସ୍ୱାମୀ। ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଏପରି ଘଟଣା ଘଟାଇଥିବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି।

ଖବର ଅନୁଯାୟୀ ସଞ୍ଜୁରାଣୀ ଦେବତା ଦୁର୍ଗାପାଲି ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷୟିତ୍ରୀ। ସ୍ୱାମୀ ପ୍ରଦୀପ ପଣ୍ଡା ଟିଟିଲାଗଡ ନିକଟସ୍ଥ ସିଉଲଗାଁ ସ୍କୁଲର ସଂସ୍କୃତ ଶିକ୍ଷକ। ଦୁଇବର୍ଷରୁ ଅଧିକ ହେବ ଉଭୟଙ୍କ ବିବାହ ହୋଇଥିଲା। ଭିନ୍ନ ଭିନ୍ନ ଜାଗାରେ ଚାକିରି କରୁଥିବାରୁ ସ୍ୱାମୀ ଓ ସ୍ତ୍ରୀ ଅଲଗା ରହୁଥିଲେ। ସେଥିପାଇଁ ପ୍ରଦୀପଙ୍କ ମନରେ ସ୍ତ୍ରୀର ଚରିତ୍ରକୁ ନେଇ ସନ୍ଦେହ ରହିଥିଲା। ଅଜି ହଠାତ ପ୍ରଦୀପ ଦୁର୍ଗାପାଲି ଗାଁକୁ ଆସି ଏକ ଧାରୁଆ ଅସ୍ତ୍ରରେ ସ୍କୁଲ ଭିତରକୁ ପଶି ପତ୍ନୀ ସଞ୍ଜୁରାଣୀଙ୍କ ତଣ୍ଟି କାଟିବାକୁ ଉଦ୍ୟମ କରିଥିଲେ। ମାତ୍ର ଅନ୍ୟ କର୍ମଚାରୀମାନେ ତାଙ୍କୁ ବାଧା ଦେଇ ଶିକ୍ଷୟିତ୍ରୀଙ୍କୁ ଉଦ୍ଧାର କରିଥିଲେ। ସଞ୍ଜୁରାଣୀ ସାମାନ୍ୟ ଆହତ ହୋଇଥିବାରୁ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button