ମମିତା ମାମଲା : ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ଉତ୍ତରାଞ୍ଚଳ ଡିଆଇଜି ଉପଯୁକ୍ତ ବ୍ୟକ୍ତି ନୁହନ୍ତି

ଭୁବନେଶ୍ୱର : ମମିତା ମେହର ହତ୍ୟା ମାମଲାରେ ରାଜ୍ୟ ସରକାର ପ୍ରଥମରୁ କେସ୍‌କୁ ଦୁର୍ବଳ କରିଦେବାକୁ ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି। ଉତ୍ତରାଞ୍ଚଳ ଡିଆଇଜି ଘଟଣାର ତଦନ୍ତ କରୁଥିଲେ ହେଁ ସମ୍ପୂର୍ଣ୍ଣ ତଥ୍ୟ ପାଇଁ ସେ ଉପଯୁକ୍ତ ବ୍ୟକ୍ତି ନୁହନ୍ତି। ଏହା କହିଛନ୍ତି ବରିଷ୍ଠ ବିଜେପି ନେତା ପ୍ରକାଶ ମିଶ୍ର।

ପ୍ରକାଶ ମିଶ୍ର କହିଛନ୍ତି ମମିତାଙ୍କ ମୃତଦେହ କଳାହାଣ୍ଡି ଜିଲ୍ଲାରୁ ଉଦ୍ଧାର ହୋଇଥିଲା। ସେ ମହାଲିଙ୍ଗ କଲେଜରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିଲେ। ଏହି କଲେଜ କଳାହାଣ୍ଡି ଜିଲ୍ଲାରେ ଅବସ୍ଥିତି। ହେଲେ ଏହି ଘଟଣାର ମାମଲା ବଲାଙ୍ଗିର ଜିଲ୍ଲାରେ ରୁଜୁ ହୋଇଛି। ଉତ୍ତରାଞ୍ଚଳ ଡିଆଇଜି ମାମଲାର ତଦନ୍ତ କରୁଛନ୍ତି କିନ୍ତୁ ସେ କଳାହାଣ୍ଡି ଜିଲ୍ଲା ଦାୟିତ୍ୱରେ ନାହାନ୍ତି। କଳାହାଣ୍ଡି ଜିଲ୍ଲା ଦାୟିତ୍ୱରେ କୋରାପୁଟ ଡିଆଇଜି ଥିବାରୁ ଉତ୍ତରାଞ୍ଚଳ ଡିଆଇଜି ସମ୍ପୂର୍ଣ୍ଣ ଘଟଣା ଉପରେ ମନ୍ତବ୍ୟ ଦେବାକୁ ଯୋଗ୍ୟ ବ୍ୟକ୍ତି ନୁହନ୍ତି।

ସେ କହିଲେ କିଛିଦିନ ପୂର୍ବେ ଜାତୀୟ ମହିଳା କମିଶନ ମମିତା ମେହର ମାମଲା ସମ୍ପର୍କୀତ ତଥ୍ୟ ବଲାଙ୍ଗିର ଏସ୍‌ପିଙ୍କୁ ମାଗିଥିଲେ। ହେଲେ ତାହା କଳାହାଣ୍ଡି ଜିଲ୍ଲା ଘଟଣା ହୋଇଥିବାରୁ ତାଙ୍କ ଅଧୀନରେ ଆସୁନି। ତେଣୁ କଳାହାଣ୍ଡି ଏସ୍‌ପି ଦେଇପାରିବେ ବୋଲି ସେ କହିଥିଲେ। ସେଥିପାଇଁ କଳାହାଣ୍ଡି ଦାୟିତ୍ୱରେ ଥିବା ଡିଆଇଜିଙ୍କ ମୁହଁ ଖୋଲିବାର ଆବଶ୍ୟକତା ଅଛି। ଏହାଛଡା ଏହି ମାମଲା ସହ ୨ଟି ଜିଲ୍ଲାର ଲିଙ୍କ ଥିବାରୁ ତଦନ୍ତ ଦାୟିତ୍ୱ ପ୍ରଥମରୁ କ୍ରାଇମବ୍ରାଞ୍ଚକୁ ଦେବାର ଥିଲା। ହେଲେ ରାଜ୍ୟ ସରକାର ଜାଣିଶୁଣି ମାମଲାକୁ ଦୁର୍ବଳ କରିବାକୁ ଏହାର ଦାୟିତ୍ୱ ପୋଲିସ୍‌ ହାତରେ ଦେଇ ତଥ୍ୟ ଲୁଚାଇବାକୁ ଚେଷ୍ଟା କଲେ। ଏହି ମାମଲା ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ଦେବାକୁ କେହି ଆଗେଇ ଆସି ନଥିବାରୁ ସରକାରଙ୍କ ଉଦାସୀନତା ସ୍ପଷ୍ଟ ବାରି ହୋଇପଡ଼ୁଛି ସେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button