ବସ ଓଲଟିବାରୁ ୧୦ରୁ ଅଧିକ ଆହତ

ବାରିପଦା : ବାରିପଦା ସଦର ଥାନା ଅନ୍ତର୍ଗତ ରଙ୍ଗାମାଟିଆ ନିକଟରେ ଏକ ଯାତ୍ରାବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସଟି ରାସ୍ତାକଡ଼କୁ ଓଲଟି ପଡ଼ିବାରୁ ୧୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ଜଣ ଗୁରୁତର ଥିବାରୁ ବାରିପଦା ପିଆରଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ ଆଜି ସକାଳ ୧୦ଟା ୩୦ ମିନିଟ୍‌ରେ ଚନ୍ଦନେଶ୍ୱରରୁ ଗୀତାଞ୍ଜଳି ନାମକ ଏକ ଯାତ୍ରୀବାହୀ ବସ୍‌ଟି ଯାତ୍ରୀମାନଙ୍କୁ ନେଇ ବାରିପଦା ଅଭିମୁଖେ ଆସୁଥିଲା। ରଙ୍ଗାମାଟିଆ ଛକ ନିକଟରେ ବୀପରିତ ଦିଗରୁ ଆସୁଥିବା ସ୍କୁଟି ଚାଳକଙ୍କୁ ବଞ୍ଚାଇବାକୁ ଯାଇ ବସ୍‌ଟି ରାସ୍ତାକଡ଼କୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

Leave a Reply

Your email address will not be published. Required fields are marked *

Back to top button