ଘରୋଇ ସ୍କୁଲ ଛାଡ଼ି ସରକାରୀ ସ୍କୁଲରେ ଯୋଗଦେଲେ ୧.୬ ଲକ୍ଷ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : ଦିଲ୍ଲୀର ବିଭିନ୍ନ ଘରୋଇ ସ୍କୁଲ ଛାଡି ୧.୬ ଲକ୍ଷ ଛାତ୍ରଛାତ୍ରୀ ସରକାରୀ ସ୍କୁଲ ମୁହାଁ ହୋଇଛନ୍ତି। ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଦିଲ୍ଲୀ ସରକାରୀ ସ୍କୁଲରେ ନାଁ ଲେଖାଇବା ପାଇଁ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ନର୍ସରୀରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ୧.୫୮ ଲକ୍ଷ ଛାତ୍ରଛାତ୍ରୀଙ୍କ ନାଁ ଲେଖା ହୋଇସାରିଛି। ଜଣେ ସରକାରୀ ସ୍କୁଲର ପ୍ରିନ୍ସପାଲ କହିଛନ୍ତି ୯ମ ଓ ଏକାଦଶ ଶ୍ରେଣୀରେ ସର୍ବାଧିକ ଘରୋଇ ସ୍କୁଲ ଛାତ୍ରଛାତ୍ରୀ ସରକାରୀ ସ୍କୁଲରେ ନାଁ ଲେଖାଇଛନ୍ତି।

ଶିକ୍ଷା ନିର୍ଦ୍ଦେଶାଳୟ (ଡିଇଓ) ଦ୍ୱାରା ଜାରି କରାଯାଇଥିବା ସୂଚନା ଅନୁଯାୟୀ ୧୦୩୦ ସ୍କୁଲ ପାଇଁ ନର୍ସରୀରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ନାଁ ଲେଖାଇବା ପାଇଁ ୨,୩୬,୫୨୨ ଜଣ ପିଲା ଆବେଦନ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୧,୫୮,୪୮୪ ଛାତ୍ରଛାତ୍ରୀଙ୍କ ନାଁ ଲେଖାଯାଇସାରିଥିବା ବେଳେ କିଛି ଛାତ୍ରଛାତ୍ରୀଙ୍କ ନାଁ ଲେଖା ପ୍ରକ୍ରିୟା ଜାରି ରହିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି ଲେଖିଛନ୍ତି “ଭାରତ ବର୍ଷରେ ଏହା ପ୍ରଥମ ଥର ପାଇଁ ହୋଇଛି।”

Leave a Reply

Your email address will not be published. Required fields are marked *

Back to top button