ବ୍ଲକ ଭିତରେ ସରପଞ୍ଚଙ୍କୁ ମାରିବାକୁ ଉଦ୍ୟମ

ବଲାଙ୍ଗିର : ବ୍ଲକ କାର୍ଯ୍ୟାଳୟରେ ସରପଞ୍ଚଙ୍କୁ ନିସ୍ତୁକ ମାଡ଼। ତାଙ୍କୁ ପାଣି ପିଇବାକୁ ଦେଇ ଜୀବନ ବଞ୍ଚାଇଲେ ବିଡ଼ିଓ। ଏପରି ଘଟଣା ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକରେ ଘଟିଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ ଡୁଙ୍ଗୁରିପାଲି ପଂଚାୟତ ସରପଞ୍ଚ ଗଜପତି ସାହୁ ଆଜି ପଂଚାୟତରେ କିଛି କାମରେ ସଇଁତଳା ବ୍ଲକକୁ ଆସିଥିଲେ। ବ୍ଲକ୍‌ କାର୍ଯ୍ୟାଳୟରେ ବସିଥିବା ବେଳେ ଦୁଇଜଣ ଯୁବକ ଧସେଇ ପଶି ତାଙ୍କୁ ମାଡ଼ ମାରିବା ସହ ମାରିଦେବାକୁ ଉଦ୍ୟମ କରିଥିଲେ। ଜୀବନ ବଞ୍ଚାଇବାକୁ ସରପଞ୍ଚ ବିଡ଼ିଓଙ୍କ ଅଫିସ୍‌ ଭିତରେ ପଶି ଯିବାରୁ ବିଡ଼ିଓ ତାଙ୍କୁ ପାଣି ପିଇବାକୁ ଦେଇଥିଲେ। ଆକ୍ରମଣ କରିଥିବା ଦୁଇ ଯୁବକ ହେଲେ ସଇଁତଳାର କୃଷ୍ଣ ଗହୀର ଓ ସାରଥୀ ସାହୁ। ଦୁଇଜଣଙ୍କ ନାଁରେ ସରପଞ୍ଚ ସଇଁତଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ରାଜନୈତିକ ଶତ୍ରୁତାରୁ ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ କରୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button