ଦୁବାଇ ଆପାର୍ଟମେଣ୍ଟ ଅଗ୍ନିକାଣ୍ଡରେ ୪ଭାରତୀୟଙ୍କ ସମେତ ୧୬ ମୃତ

ନୂଆଦିଲ୍ଲୀ : ଦୁବାଇର ଏକ ଆପାର୍ଟମେଣ୍ଟରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ୪ ଭାରତୀୟଙ୍କ ସମେତ ୧୬ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁତର ୯ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ ଶନିବାର ୧୨.୩୫ରେ ସିଭିଲ ଡିଫେନ୍ସ ଅପରେଶନ ରୁମକୁ ଫୋନ ଆସିଥିଲା ଦୁବାଇର ଅଲ୍ ରାସ ଅଞ୍ଚଳର ଏକ ପୁରୁଣା ଆପର୍ଟମେଣ୍ଟରେ ନିଆଁ ଲାଗିଛି। ସୂଚନା ପାଇ ଦମକଳବାହିନୀ ଓ ଉଦ୍ଧାରକାରୀ ଦଳ ତୁରନ୍ତ ସେଠାରେ ପହଂଚିଥିଲେ। କିନ୍ତୁ ଦୁବାଇ ପୋଲିସର ଶବଗୃହ ନିକଟରେ ଥିବା ଜଣେ ଭାରତୀୟ ସାମାଜିକ କାର୍ଯ୍ୟକର୍ତ୍ତା ନସୀର ବତନପଲ୍ଲୀ କହିଛନ୍ତି ଅଗ୍ନିକାଣ୍ଡରେ ୪ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ କେରଳର ୨ଜଣ ଓ ତାମିଲନାଡୁର ୨ଜଣ ବ୍ୟକ୍ତି ରହିଛନ୍ତି। ଏମାନେ ସେହି ଆପାର୍ଟମେଣ୍ଟରେ କାମ କରୁଥିଲେ।

Leave a Reply

Your email address will not be published. Required fields are marked *

Back to top button