ଆତଙ୍କବାଦୀର ପତ୍ନୀକୁ ସ୍କୁଲରୁ ବିଦାକଲେ କର୍ତ୍ତୃପକ୍ଷ

ଚଣ୍ଡିଖୋଲ : ଯାଜପୁର ଜିଲ୍ଲାରୁ ଗିରଫ ଆତଙ୍କବାଦୀ ଇସାନ ବୁଖାରିଙ୍କ ପତ୍ନୀର ଚାକିରି ଯାଇଛି। ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଚାକିରିରୁ ବହିଷ୍କାର କରିଥିବା ଜଣାପଡିଛି।

ଖବର ଅନୁଯାୟୀ ଆତଙ୍କବାଦୀ ଇସାନ ବୁଖାରିଙ୍କ ପତ୍ନୀ ନେଉଳପୁର ନିକଟ ମିଲତନଗର ସ୍ଥିତ ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ସ୍ଵାମୀଙ୍କର ଆତଙ୍କୀ କାର୍ଯ୍ୟକଳାପରେ ସଂପୃକ୍ତି ଜଣାପଡ଼ିବା ପରେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଚାକିରିରୁ ବହିଷ୍କାର କରିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Back to top button