ମୃତଦେହ ରହିଥିବା ଘର ପାଇଁ ପିଲା ସ୍କୁଲ ଯିବାକୁ ଭୟ କରୁଛନ୍ତି

ବାଲେଶ୍ଵର : କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଶହ ଶହ ଲୋକଙ୍କ ଶବ ବାହାନଗା ହାଇସ୍କୁଲରେ ରଖାଯାଇଥିଲା। ଏବେ ସ୍କୁଲ ଯିବାକୁ ପିଲା ଭୟ କରୁଛନ୍ତି। ଆଜି ବାଲେଶ୍ୱର ଜିଲ୍ଲାପାଳ ସେହି ସ୍କୁଲ ପରିଦର୍ଶନ କରିଛନ୍ତି।

ଖବର ଅନୁଯାୟୀ ଆଉ ମାତ୍ର ସପ୍ତାହେ। ପରେ ଖରା ଛୁଟି ସରିବ। ଖୋଲିବ ସ୍କୁଲ। ଭୁବନେଶ୍ୱରକୁ ମୃତଦେହ ସ୍ଥାନାନ୍ତର ପରେ ବାହାନଗା ହାଇସ୍କୁଲ ପରିସରକୁ ସାନିଟାଇଜ୍ କରାଯାଇଛି। କିନ୍ତୁ ଦୁର୍ଘଟଣା ପରଠାରୁ ପିଲା ଓ ଗାଁ ଲୋକଙ୍କ ମଧ୍ୟରେ ଏକ ନକରାତ୍ମକ ଭାବନା ସୃଷ୍ଟି ହୋଇଛି। ଏହାକୁ ଦୂର କରିବା ନିମନ୍ତେ ଜିଲ୍ଲା ଶିକ୍ଷାଧିକାରୀ, ସ୍କୁଲର ମ୍ୟାନେଜିଂ କମିଟି ଓ ଆଲମୁନି ସଦସ୍ୟଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ଯାହା ସୂଚନା ରହିଛି ପିଲାମାନେ ଭୟ କରୁଥିବାରୁ ବାହାନଗା ହାଇସ୍କୁଲ୍‌ରେ ମୃତଦେହ ରହିଥିବା ଘର ଭଙ୍ଗା ଯିବାର ସମ୍ଭାବନା ରହିଛି। ସ୍କୁଲ୍‌ ପରିଚାଳନା କମିଟି ଚାହିଁଲେ ଘର ଭଙ୍ଗାଯିବ। ସ୍କୁଲ୍‌ ପରିଚାଳନା କମିଟି ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ଜଣାଇଲେ ଆଗାମୀ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button