ଅତିକ ପରିବାର ଉପରେ ପଡିଲା ବିଧବାର ଅଭିଶାପ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଓ ଭାଇ ଅସରଫକୁ ଶନିବାର ପ୍ରୟାଗରାଜରେ ହତ୍ୟା କରାଯାଇଛି। ଅତିକର ୪ ପୁଅ ମଧ୍ୟରୁ ଜଣେ ପୋଲିସ ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିବା ବେଳେ ୨ଜଣ ଜେଲରେ ବନ୍ଦୀ ଥିବା ବେଳେ ଅନ୍ୟ ଦୁଇ ବାଳ ସୁଧାର ଗୃହରେ ଅଛନ୍ତି। ଜଣେ ବିଧବା ମହିଳାଙ୍କ ଅଭିଶାପ ଅତିକ ପରିବାରକୁ ଏଭଳି ଛାରଖାର କରିଦେଲା ବୋଲି କୁହାଯାଉଛି।

ଖବର ଅନୁଯାୟୀ ୨୦୦୫ ମସିହା‌ରେ ସମାଜବାଦୀ ପାର୍ଟିର ପୂର୍ବତନ ବିଧାୟକ ରାଜୁ ପାଲଙ୍କୁ ଗୁଳିମାରି ହତ୍ୟା କରାଯାଇଥିଲା। ବିବାହର ମାତ୍ର ୯ଦିନ ପରେ ଘଟିଥିଲା ଏହି ହତ୍ୟାକାଣ୍ଡ। ସ୍ଵାମୀକୁ ହରାଇ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ ବିଧବା ‌ପତ୍ନୀ ପୂଜା ପାଲ। ଆଉ କାନ୍ଦିକାନ୍ଦି କହିଥିଲେ ଅତିକ ଓ ତାର ଗୁଣ୍ଡାମାନେ ମୋ’ ସ୍ଵାମୀଙ୍କ ଯେଉଁଭଳି ଅବସ୍ଥା କରିଛନ୍ତି ଭଗବାନ ଗୋଟିଏ ଦିନ ତାଙ୍କର ସେମିତି ଅବସ୍ଥା କରି‌ବେ। ଅତିକର ଶେଷ ଅତି ନିର୍ମମ ଭାବେ ହେବ। ଛଟପଟ ହୋଇ ଯିବ ତାର ଜୀବନ।

କେବେଳ ସେତିକି ନୁହେଁ ସ୍ଵାମୀଙ୍କ ହତ୍ୟା ଘଟଣା ପରେ ପୂଜା ୯ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଯେଉଁଥିରେ ଥିଲା ଅତିକ ଅହମଦ ଓ ତାର ଭାଇ ଅସରଫ ଅହମଦର ନାମ। ଗତ ଶନିବାର ବୋଧହୁଏ ଅତିକ ପରିବାର ଉପରେ ପୂଜାଙ୍କ ଅଭିଶାପ ପଡିଛି। ସେହିଦିନ ତିନିଜଣ ଦୁର୍ବୃତ୍ତ ସାମ୍ବାଦିକ ବେଶରେ ଆସି ଅତିକ ଓ ତାର ଭାଇ ଅସରଫ ଉପରକୁ ୨୦ ରାଉଣ୍ଡ ଗୁଳି ଚଳାଇଥିଲେ। ଦୁଇଦିନ ଭିତରେ ଅତିକ, ତାର ଭାଇ ଓ ପୁଅର ମୃତ୍ୟୁ ହୋଇଥିବା ବେଳେ ଅତିକର ସ୍ତ୍ରୀ ‌ଫେରାର ଅଛି। ପରିବାର ହୋଇଯାଇଛି ଛାରଖାର।

Leave a Reply

Your email address will not be published. Required fields are marked *

Back to top button