ପ୍ରେମିକର ଗଳାକାଟି ହତ୍ୟା କଲେ ମହିଳା

ବିଶାଖାପଟ୍ଟନମ୍ : ପୁତ୍ର ହତ୍ୟାର ପ୍ରତିଶୋଧ। ପ୍ରେମିକର ଗଳା କାଟିଦେଲେ ମହିଳା। ଆନ୍ଧ୍ରପ୍ରଦେଶରେ ମଙ୍ଗଳବାର ଏଭଳି ଘଟଣା ଘଟାଇବା ପରେ ମହିଳାଜଣଙ୍କ ବୁଧବାର ଆତ୍ମସମର୍ପଣ କରିଛନ୍ତି।

ଖବର ଅନୁଯାୟୀ ଜାନ୍ ବି ନାମ୍ନୀ ମହିଳାଙ୍କ ସ୍ଵାମୀ ୧୫ବର୍ଷ ତଳେ ମୃତ୍ୟୁବରଣ କରିଥିଲେ। ସ୍ଵାମୀଙ୍କ ମୃତ୍ୟୁ ପରେ ‌ସେ ଦୁଇ ପୁଅଙ୍କ ସହ ପାଲନାଡୁ ଜିଲ୍ଲାର ନରସାରାଓପେଟ ଅଞ୍ଚଳରେ ରହିଥିଲେ। ଜୀବିକା ନିର୍ବାହ ପାଇଁ ଶ୍ରମିକଭାବେ କାମ କରୁଥିଲେ। ଏହି ସମୟରେ ଜାନ୍ ବିଙ୍କର ସ୍ଥାନୀୟ ଗୁଣ୍ଡା ଶେକ୍ ବାଜିଙ୍କ ସହିତ ହୋଇଥିଲା। ଏ ସମ୍ପର୍କରେ ଜାଣିବାରୁ ଶେକ୍ ବାଜିଙ୍କୁ ତାଙ୍କ ଘରକୁ ନଯିବାକୁ ଚେତାବନୀ ଦେଇଥିଲା ଜାନ ବିଙ୍କ ବଡପୁଅ। ସେଥିପାଇଁ ଶେକ୍ ବାଜି ତା’ର ତିନି ସାଙ୍ଗଙ୍କ ସହାୟତାରେ ଅଗଷ୍ଟ ୨୦୨୧ରେ ଜାନ୍ ବିଙ୍କ ବଡ଼ପୁଅର ଗଳାକାଟି ହତ୍ୟା କରିଥିଲା।

ବଡ଼ ପୁଅର ମୃତ୍ୟୁ ପରେ ଜାନ ବି ସାନପୁଅ ଓ ଭାଇ ହୁସେନଙ୍କ ସହଯୋଗରେ ପ୍ରତିଶୋଧ ନେବାକୁ କରିଥିଲା ଯୋଜନା। ଡିସେମ୍ବର ୨୦୨୧ରେ ନରସାରାଓପେଟର ସିନେମା ହଲ୍ ଜଙ୍କସନରେ ବଡପୁଅ ହତ୍ୟାକାଣ୍ଡରେ ସଂପୃକ୍ତ ଶେକ୍ ବାଜିର ସାଙ୍ଗ କସାମଙ୍କୁ ହତ୍ୟା କରିଥିଲେ। ହତ୍ୟାକାଣ୍ଡ ପରେ ଜାନ ବି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। କିଛିମାସ ପୂର୍ବରୁ ସେ ଜାମିନରେ ବାହାରକୁ ଆସି ଶେକ୍ ବାଜିଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ କରିଥିଲେ ଯୋଜନା। ଶେକ୍ ବାଜିକୁ ଫୋନକରି ଲିଭ୍ ଇନରେ ରହିବାକୁ ପ୍ରସ୍ତାବ ଦେଇଥିଲେ। ଶେକ୍ ବାଜି ପ୍ରଥମେ ରାଜି ହୋଇନଥିଲେ ମଧ୍ୟ ଜାନ ବିଙ୍କ କଥାରେ ସହମତ ହୋଇଥିଲେ। ମଙ୍ଗଳବାର ଶେକ ବାଜିକୁ ଭାଇର ଜନ୍ମଦିନକୁ ଡାକି ଜାନ୍ ବି ତା’ର ଗଳାକାଟି ହତ୍ୟା କରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button