ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଏନବିଡବ୍ଲ୍ୟୁ

ଭୁବନେଶ୍ଵର : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ଜାମିନ୍ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଜାରି ହୋଇଛି।

ଖବର ଅନୁଯାୟୀ ଶ୍ରଦ୍ଧାଞ୍ଜଳି ବେହେରା ସିବିଆଇ କୋର୍ଟରେ ପିଟସନ ଦାଖଲ କରିଥିଲେ ମଧ୍ୟ ଶାରୀରିକ ଅସୁସ୍ଥତା ଦେଖାଇ ହାଜର ହେଉ ନଥିଲେ। ସିବିଆଇ କୋର୍ଟରୁ ବାରମ୍ବାର ନୋଟିସ୍ ଦିଆଯାଇଥିଲେ ମଧ୍ୟ ସେ ଏହାକୁ ଗୁରୁତ୍ଵ ଦେଇନଥିଲେ। ସୂଚନାଯୋଗ୍ୟ ପୂର୍ବରୁ ଶ୍ରଦ୍ଧାଞ୍ଜଳିଙ୍କ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ଏହି ଆବେଦନ ଖାରଜ ହୋଇଛି।

Leave a Reply

Your email address will not be published. Required fields are marked *

Back to top button