ଶିକ୍ଷୟିତ୍ରୀଙ୍କ ଅଶ୍ଳୀଳ ଭିଡିଓ ପୋଷ୍ଟକରି ବିଟେକ ଛାତ୍ର ଗିରଫ

ନୂଆଦିଲ୍ଲୀ : ଶିକ୍ଷୟିତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ। ଉତ୍ତରପ୍ରଦେଶର କାନପୁରର କାକାଦେବୀ ଅଞ୍ଚଳର ବିଟେକ ଛାତ୍ର ଏପରି କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ଛାତ୍ର ଜଣକ ଗିରଫ ହେବାପରେ ପୋଲିସ ଆଗରେ ଦୋଷକୁ ସ୍ଵୀକାର କରିଛି। ଆଉ କହିଛି ଶିକ୍ଷୟିତ୍ରୀ ମୋତେ ଆଦୌ ପସନ୍ଦ ନୁହନ୍ତି। ସେ ମୋତେ ଗାଳି କରୁଥିବାରୁ ଏହାର ପ୍ରତିଶୋଧ ନେବା ପାଇଁ ତାଙ୍କ ଫଟୋକୁ ବ୍ୟବହାର କରି ଅଶ୍ଳୀଳ ଭିଡିଓ ପ୍ରସ୍ତୁତି କରି ଇନଷ୍ଟାଗ୍ରାମରେ ଅପଲୋଡ କରିଥିଲି। ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା।

ପୋଲିସ କହିଛି ଅଶ୍ଳୀଳ ଭିଡିଓ ଭାଇରାଲ ହେବା ଖବର ଶିକ୍ଷୟିତ୍ରୀ ପାଇବା ପରେ ଥାନାରେ ଅଭିଯୋଗ କରିବାରୁ ତଦନ୍ତ ଆରମ୍ଭ ‌ହୋଇଥିଲା। ପ୍ରଥମେ ପୋଲିସ ଇନଷ୍ଟାଗ୍ରାମର ଆଇପି ଆଡ୍ରେସ ଖୋଜିଥିଲା। ଏହି ନକଲି ଆକାଉଣ୍ଟ ଜାଜମଉରେ ରହୁଥିବା ନମନ ନାମକ ବାଳକ ନାମରେ ଥିବା ଜଣାପଡ଼ିଥିଲା। ନମନ ଇଞ୍ଜିନିୟର ଛାତ୍ର ଥିବାବେଳେ ସେ ଶିକ୍ଷୟିତ୍ରୀଙ୍କ ପୂର୍ବତନ ଛାତ୍ର ବୋଲି ଯାଞ୍ଚରୁ ଜଣାପଡ଼ିଥିଲା। ‌ତେବେ ନକଲି ଇନଷ୍ଟାଗ୍ରାମ ଆଇଡି ସହିତ ଶିକ୍ଷୟିତ୍ରୀଙ୍କ ଅଶ୍ଳୀଳ ଭିଡିଓ ଡିଲିଟ କରିବା ପାଇଁ ଏକ ଚିଠି ହୋଇଛି। ଯଥାଶୀଘ୍ର ଏହି ଘଟଣାର ସମାଧାନ ହୋଇଯିବ ବୋଲି ଶିକ୍ଷୟିତ୍ରୀଙ୍କୁ ପ୍ରତିଶ୍ରୃତି ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button